ନୂଆଦିଲ୍ଲୀ,୧୧/୦୭; ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଇରାନ୍ ଷଡ଼ଯନ୍ତ୍ର କରିଥିବା ଇସ୍ରାଏଲ ଗତକାଲି ଦାବି କରିଥିଲା । ଗୁଇନ୍ଦା ରିପୋର୍ଟକୁ ନେଇ ଏହି ଦାବି କରିଥିଲା ଇସ୍ରାଏଲ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବି କହିଥିଲେ ଯେ, ସେ ଇରାନ୍‌ର ହିଟ୍‌ଲିଷ୍ଟରେ ଅଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଯଦି ଇରାନ ତାଙ୍କୁ ହତ୍ୟା କରିବାରେ ସଫଳ ହୁଏ, ତେବେ ସେ ଭୟଙ୍କର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇ ସାରିଛନ୍ତି । ପୂର୍ବରୁ କେବେ ବି ହୋଇନଥିବା ବୋମା ମାଡ଼ କରିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି ଯାହା ବିଶ୍ୱ କେବେ ବି ଦେଖିନାହିଁ । ଟ୍ରମ୍ପ କହିଛନ୍ତି ଯେ, ସେ ଦୀର୍ଘଦିନ ଧରି ଇରାନର "ହିଟ୍ ଲିଷ୍ଟ"ରେ ଅଛନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କ ବିରୁଦ୍ଧରେ କୌଣସି ନୂଆ ଆକ୍ରମଣର କୌଣସି ଗୁପ୍ତ ସୂଚନା ନାହିଁ ।

ନ୍ୟୁୟର୍କ ପୋଷ୍ଟ ସହିତ ଏକ ସାକ୍ଷତକାରରେ ଟ୍ରମ୍ପ କହିଛନ୍ତି, ''ମୁଁ ବହୁତ ଦିନ ଧରି ସେମାନଙ୍କ (ଇରାନ) ତାଲିକାରେ ଅଛି । ଏହା ହିଁ ବାସ୍ତବତା । ମୁଁ ନିର୍ଦ୍ଦେଶ ଦେଇଥିଲି ଯେ ଯଦି ମୋ ସହିତ କିଛି ହୁଏ, ତେବେ ଇରାନ ଉପରେ ଏପରି ପରିଣାମରେ ବୋମା ମାଡ଼ କରାଯିବା ଉଚିତ୍ ଯାହା ସେମାନେ କେବେ ଦେଖିନାହାନ୍ତି ।'' ଟ୍ରମ୍ପଙ୍କ ବିରୋଧରେ ଇରାନର ଏକ ଷଡ଼ଯନ୍ତ୍ର ବିଷୟରେ ଇସ୍ରାଏଲ ଆମେରିକୀୟ ପ୍ରଶାସନକୁ ଗୁପ୍ତ ସୂଚନା ଦେବା ପରେ ରାଷ୍ଟ୍ରପତିଙ୍କ ଏହି ବିବୃତ୍ତି ଆସିଛି । ତଥାପି ଟ୍ରମ୍ପ ଏହି ଦାବିକୁ ଖାରଜ କରି କହିଛନ୍ତି, ନା ନା ଇସ୍ରାଏଲ ପାଖରେ କୌଣସି ନୂଆ ଇନପୁଟ୍ ନଥିଲା । ମୁଁ ବହୁତ ଦିନ ଧରି ଇରାନର ହିଟ୍ ଲିଷ୍ଟରେ ନମ୍ବର ୱାନ୍‌ରେ ଥିଲି । ମଜାଳିଆ ଢଙ୍ଗରେ ଟ୍ରମ୍ପ କହିଛନ୍ତି, ମୁଁ ଆଶା କରୁଛି ଯଦି ମୁଁ ଚାଲିଯାଏ ତେବେ ତୁମେ ମୋତେ ମନେ ପକାଇବ ।

'ମୁଁ ଇରାନର ନମ୍ବର ୱାନ୍ ଟାର୍ଗେଟ୍'- ଟ୍ରମ୍ପ ପୂର୍ବରୁ କହିଛନ୍ତି ଯେ ସେ ଇରାନର ପ୍ରଥମ ଟାର୍ଗେଟ । ସେମାନଙ୍କର ପୁରୁଣା ନେତା ଅଲ୍ଲୀ ଖାମେନେଇ ଚାଲିଯାଇଛନ୍ତି । ମୁଁ ମଧ୍ୟ ଯାଇପାରେ, କାରଣ ମୁଁ ସେମାନଙ୍କର ସବୁଠାରୁ ବଡ଼ ଟାର୍ଗେଟ୍ । ଇରାନ ମୋତେ ହତ୍ୟା କରିବାକୁ ଚାହୁଁଛି । ମୁଁ ସେମାନଙ୍କ ହିଟ୍ଲିଷ୍ଟରେ ଏକନମ୍ବର ସ୍ଥାନରେ ରହିଛି । ସେମାନେ ମୋତେ ହତ୍ୟା ଲାଗି ବର୍ତ୍ତମାନ ଷଡ଼ଯନ୍ତ୍ର କରୁଥାଇ ପାରନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ଏହି ବୟାନ ଦେଇଥିଲେ । ଟ୍ରମ୍ପ୍ କହିଥିଲେ, ତେହରାନକୁ କେବେ ବି ପରମାଣୁ ଅସ୍ତ୍ର ପ୍ରସ୍ତୁତ କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ । ୱାଶିଂଟନ ଓ ତେହରାନ ମଧ୍ୟରେ ବଢ଼ୁଥିବା ବିପଦ, ସଦ୍ୟ ବୟାନବାଜି ଏବଂ ଗମ୍ଭୀର ଉତ୍ତେଜନା ମଧ୍ୟରେ ଟ୍ରମ୍ପ୍ଙ୍କର ଏହି ବୟାନ ଆସିଥିଲା । ଇରାନ ତାଙ୍କୁ ହତ୍ୟା କରିବାକୁ ଚକ୍ରାନ୍ତ କରୁଥିବା ସେ ବିଶ୍ୱାସ କରନ୍ତି । କିନ୍ତୁ ସେ ପଛଘୁଞ୍ଚା ଦେବେନାହିଁ । ତାଙ୍କ ଅନୁସାରେ, ‘ଇରାନର ଯେଉଁ ନେତା ଥିଲେ, ସେମାନେ ଆଉ ନାହାନ୍ତି । ଏବେ ସେମାନଙ୍କ ପାଖରେ ଅନ୍ୟ ନେତା ଅଛନ୍ତି । ସେମାନେ ମଧ୍ୟ ଯାଇପାରନ୍ତି । ମୁଁ ମଧ୍ୟ ଚାଲିଯାଇପାରେ, କାରଣ ମୁଁ ସେମାନଙ୍କର ଏକନମ୍ୱର ଟାର୍ଗେଟ । ତେବେ ମୁଁ ଭାବୁଛି ବିବାଦ ଖୁବ୍ ଶୀଘ୍ର ଶେଷ ହୋଇଯିବ । ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ ।’

ଏହା ବି ପଢନ୍ତୁ...Iran plot to kill Trump: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ପ୍ଲାନ୍ କରି ସାରିଛି ଇରାନ୍, ଇସ୍ରାଏଲ ଗୁଇନ୍ଦା ରିପୋର୍ଟରେ ଦାବି 

କହି ରଖୁଛି କି, ଆମେରିକା ଓ ଇରାନ ମଧ୍ୟରେ ଶୁକ୍ରବାର ଯୁଦ୍ଧ ବନ୍ଦ ରହିଛି । କେହି କାହା ଉପରେ ଆକ୍ରମଣ କିମ୍ବା ପ୍ରତିଆକ୍ରମଣ ନାହାନ୍ତି । ଲଗାତାର ଦୁଇଦିନ ଧରି ଆମେରିକା ସେନା ଇରାନର ବିଭିନ୍ନ ସହର ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା । ପ୍ରତିଜବାବରେ ଇରାନୀ ସେନା କୁଏତ, କାତାର ଓ ବାହାରିନରେ ଥିବା ଆମେରିକା ସେନାଘାଟି ଓ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲେ । ଉଭୟ ପକ୍ଷ ପରସ୍ପର ଉପରେ ଆକ୍ରମଣ କରିବା ଫଳରେ ମଧ୍ୟପ୍ରାଚ୍ୟ ଆଶନ୍ତ ହୋଇପଡିଛି । ସେପଟେ ହୋର୍ମୁଜ ସମ୍ପୂର୍ଣ୍ଣ ଖୋଲିବାକୁ ଇରାନକୁ ୨୪ ଘଣ୍ଟାର ଅଲିମେଟମ୍ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଯଦି ଇରାନ ଏପରି ନକରେ ତେବେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି ।