PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

୩ କି.ମି ପାହାଡରେ ବୁହା ହେଲେ ୪ ମୁମୁର୍ଷ ରୋଗୀ ,  ମାନବିକତାର ପରିଚୟ ଦେଲେ ୧୦୮ ଆମ୍ବୁଲାନ୍ସ  କର୍ମଚାରୀ

ଦେବଗଡ/କଣ୍ଢଳ ୪/୯ (ଆ.ପ୍ର) ୧୯୯୪ ମସିହାରେ ସମ୍ବଲପୁରରୁ ଅଲଗା ହୋଇ ଦେବଗଡ ସ୍ବତନ୍ତ୍ର  ଜିଲ୍ଳା  ଗଠନ ହେବାର ଦୀର୍ଘ ୨୮ ବର୍ଷ ଅତିକ୍ରମ କରିସାରିଲାଣି। ତେବେ ଜିଲାର  ବିଭିନ୍ନ ପାହାଡି ଇଲାକାରେ ବସବାସ କରୁଥିବା ଲୋକଙ୍କ ଯାତାୟତ ପାଇଁ ଜିଲ୍ଳା  କିମ୍ବା ବ୍ଲକ ପ୍ରଶାସନ ଅଦ୍ୟାବଧି କୌଣସି ବ୍ୟବସ୍ଥା  କରିପାରି ନାହାନ୍ତି। ଫଳରେ ଶତାୟୁ ଆସନ୍ନ ବୃଦ୍ଧାବୃଦ୍ଧ ,  ପ୍ରସବ ବେଦନା ଭୋଗୁଥିବା ଗର୍ଭବତୀ କିମ୍ବା ଅଚେତ ରୋଗୀଙ୍କୁ ଡାକ୍ତରଖାନା ନେବା ବେଳକୁ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଏପରିକି ମୁମୁର୍ଷ ରୋଗୀଙ୍କୁ ଲୋକେ ଜରୁରୀ ସମୟରେ ଡାକ୍ତରଖାନା ନେବାକୁ ୧୦୨ କିମ୍ବା ୧୦୮ ଆମ୍ବୁଲାନ୍ସ ଡାକୁଥିବା ବେଳେ ଗାଡି ଗୁଡିକ ଗାଁକୁ ପହଞ୍ଚି ପାରୁ ନାହିଁ। ୨ରୁ ୩ କି.ମି ଦୂରରେ ଆମ୍ବୁଲାନ୍ସ ଅଟକି ରହୁଛି। ଫଳରେ ଜରୁରୀ ସମୟରେ ଗୁରୁତର ରୋଗୀଙ୍କୁ  ଦୋଳା କିମ୍ବା ଦଉଡିଆ ଖଟରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇବାକୁ ସମ୍ପର୍କୀୟ ବାଧ୍ୟ ହେଉଛନ୍ତି। ଏଭଳି ଏକ ଘଟଣା ଶନିବାର  ଦେଖିବାକୁ ମିଳିଛି। ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନବିକତାର ପରିଚୟ ଦେଇ ବାରକୋଟ ବ୍ଲକ କଲାଡୁ ଗାଁର ଗୋଟିଏ ପରିବାର ୪ ଜଣ ଗୁରୁତର ରୋଗୀଙ୍କୁ ୩ କି.ମି ଦୁର୍ଗମ ପାହାଡରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ।

 ଶନିବାର ସକାଳେ ଚମ୍ପରଡା ପଞ୍ଚାୟତ କଲାଡୁ ଗାଁର ଚିଲା ପ୍ରଧାନଙ୍କ ସ୍ତ୍ରୀ  ଶ୍ରୀମତି ପ୍ରଧାନ (୨୬) , ଝିଅ ଅଞ୍ଜନା (୯)  ପୁଅ ଦିପୁନ (୩) ଓ ଆଶିଷ (୫ମାସ) କୌଣସି କାରଣରୁ ହଠାତ ଅସୁସ୍ଥ ହୋଇପଡିଥିଲେ।  ଫଳରେ ସେମାନଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସ   ପରିବାର ଲୋକ ଡାକିଥିଲେ। ଫର୍ମାସିଷ୍ଟ କେଦାର ସାହୁ, ଡ୍ରାଇଭର ଗୌତମ ପ୍ରଧାନ ଓ ସ୍ବାସ୍ଥ୍ୟ ସହାୟକ ବାଦଲ ସାହୁ ଆମ୍ବୁଲାନ୍ସ ସହ ପହଞ୍ଚିଥିଲେ। ହେଲେ ରାସ୍ତା ନ ଥିବାରୁ ପାହାଡ ତଳେ ଅଟକି ରହିଥିଲେ। ଏପରିକି କଲାଡୁ ଗାଁରେ ମୋବାଇଲ ନେଟଓ୍ବାର୍କ ନ ଥିବାରୁ  ସେମାନେ ମାନବିକତା ଦେଖାଇବା ସହ ଷ୍ଟେ୍ଚର ଧରି  ୩  କି,.ମି  ଦୁର୍ଗମ ପାହାଡ ଚଢି  ଗାଁରେ ପହଞ୍ଚିଥିଲେ।  ଗୁରୁତର ଅବସ୍ଥାରେ ୪ ଜଣଙ୍କୁ ଧରି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ।

ରାସ୍ତା ନ ଥିବା  ସମ୍ପର୍କରେ ପ୍ରତିକ୍ରିୟା ନେବାରୁ ବ୍ଲକ ପ୍ରଶାସନ ଉକ୍ତ କଲାଡୁ ଗାଁକୁ ରାସ୍ତା ନିର୍ମାଣ ପାଇଁ ଗତବର୍ଷ  ଯୋଜନା ଅଟକଳ କରାଯିବା ସହ  ଜିଲାପାଳଙ୍କ ସ୍ବୀକୃତି ପାଇଁ ଡିଆରଡିଏ ପଠାଯାଇଥିବା କହିଥିଲେ। ଜିଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଏହି ଗାଁଗୁଡିକୁ ଯାତାୟତ ସୁବିଧା କରିବାକୁ ଦାବି ହେଉଛି।

  ସୂଚନାଯୋଗ୍ୟ ଯେ ୨୦୧୮ ମସିହାରେ ତତକାଳୀନ ଜିଲାପାଳ ବିଭିନ୍ନ ଜିଲା ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କୁ ନେଇ ୧୬ଟି ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରିଥିଲେ। ଉକ୍ତ ସ୍କ୍ବାର୍ଡ  ବାରାକୋଟ ବ୍ଲକର ୪୮.୩ କି.ମି ବିଶିଷ୍ଟ ୧୫ ଟି ରାସ୍ତା, ରିଆମାଳ ବ୍ଲକର ୫୬.୫୪ କି.ମି ବିଶିଷ୍ଟ ୪୬ଟି ରାସ୍ତା, ବିଲେଇବଣି ବ୍ଲକର ୩୨.୬୧ କି.ମି ବିଶିଷ୍ଟ ୨୩ଟି ରାସ୍ତା ଚିହ୍ନଟ କରି ଉକ୍ତ ସ୍କ୍ବାର୍ଡ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ଏହାର କାର୍ଯ୍ୟକାରିତାକୁ ନେଇ ବ୍ଲକ ଓ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଦୀର୍ଘ ୪ ବର୍ଷ ହେଲା ସରକାରୀ ନାଲି ଫିତା ଫାଇଲ ତଳେ ବନ୍ଧା ପଡିଥିବା ଜିଲ୍ଲାପାଳଙ୍କ ରିମୋଟ ଏରିଆ କନେକ୍ଟିଭିଟି ଭିଜନ୍ କୁଆଡେ ଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର