ଭୁବନେଶ୍ବର, ୨୯/୫ : ଅନୁଭବଙ୍କ ବର୍ଷା ଉପାଖ୍ୟାନ । ପୁଣି ଚର୍ଚ୍ଚାରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଏଥର ଫିଲ୍ମ ପାଇଁ ନୁହେଁ ବରଂ ନିଜର ପୋଷ୍ଟ ପାଇଁ । ଯାହା ସେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ବର୍ଷାକୁ ନେଇ ସେ ଏକ ମଜାଳିଆ ପୋଷ୍ଟ କରିଛନ୍ତି । ସୋମବାର ତାଙ୍କର ଫେସବୁକ ଆକାଉଣ୍ଟରେ ସେ ଲେଖିଛନ୍ତି କି , ‘ବର୍ଷା ଆଉ ହଇରାଣ ନ କରିବା ପାଇଁ ମା ତାରିଣୀଙ୍କୁ ୧୦୮ ନଡ଼ିଆ ଜାଚିଛି’ । ଯାହାକୁ ତାଙ୍କର ଫ୍ୟାନ୍ସମାନେ ବହୁତ ପସନ୍ଦ କରିବା ସହ କମେଣ୍ଟ ଆଉ ସେୟାର ମଧ୍ୟ କରିଛନ୍ତି । ରବିବାର ମଧ୍ୟ ଏଭଳି ଏକ ପୋଷ୍ଟ କରିଥିଲେ। ଯାହା ବେଶ ଚର୍ଚ୍ଚାର ଖୋରାକ ଯୋଗାଇଥିଲା ।
{"id":579992,"width":838,"height":691,"sizeSlug":"full","linkDestination":"none"}
ସୌଜନ୍ୟ - ସୋସିଆଲ ମିଡ଼ିଆ
ରବିବାର ଥିଲା ଆଇପିଏଲର ଫାଇନାଲ ମ୍ୟାଚ୍ । ମାତ୍ର ବର୍ଷା ହେବାରୁ ଖେଳକୁ ବାତିଲ୍ କରିବାକୁ ପଡ଼ିଥିଲା । ଆଉ ଅନୁଭବ ମଧ୍ୟ ତାଙ୍କର ଫେସବୁକ୍ ଆକାଉଣ୍ଟରେ ଏକ ମଜାଳିଆ ପୋଷ୍ଟ କରିଥିଲେ । ଯାହା ଏଭଳି କିଛି ଲେଖାଥିଲା ‘ବର୍ଷା ଧୋଇନେଲା IPL ଫାଇନାଲ । ତାକୁ ମଧ୍ୟ ଯୁବପିଢୀ ବେଶ ପସନ୍ଦ କରିବା ସହ ତାଙ୍କ ସପକ୍ଷରେ ହେଉ କିମ୍ବା ବିପକ୍ଷରେ କମେଣ୍ଟ କରିଥିଲେ । ବିଗତ ଦିନରେ ତାଙ୍କର କିଛି ଭିଡ଼ିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ସେତେବେଳେ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ସେଥିରେ ସେ ତାଙ୍କ ଜୀବନରେ ଘଟୁଥିବା ପ୍ରତିଟି ଘଟଣାକୁ ପାର୍ଟ ଟୁ ପାର୍ଟ ଆଣିଥିଲେ । ନିଜ ଦାମ୍ପତ୍ୟ ଜୀବନର ଅନେକ କିଛି ଅକୁହା କଥା ସେ ବଖାଣିଥିଲେ । ଖାଲି ଅନୁଭବ ନୁହେଁ ବର୍ଷା ମଧ୍ୟ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ତେର୍ଚ୍ଛା ବାଣ ମାରିବାକୁ ଭୁଲି ନଥିଲେ । କିନ୍ତୁ ପରେ କୋର୍ଟଙ୍କ ପକ୍ଷରୁ ଏଭଳି ପୋଷ୍ଟରୁ କ୍ଷାନ୍ତ ରହିବାକୁ ଉଭୟଙ୍କ ତାଗିଦ୍ କରାଯାଇଥିଲା । କାରଣ ଉଭୟଙ୍କ ମାମଲା ଏବେ ବି ବିଚାରଧୀନ ରହିଛି । ଏହାସହ ଉଭୟେ ସେଲିବ୍ରେଟି ।
{"id":579994,"width":840,"height":494,"sizeSlug":"full","linkDestination":"none"}
ସୌଜନ୍ୟ - ସୋସିଆଲ ମିଡ଼ିଆ
ଓଡ଼ିଶା ହେଉ କି ଇଂଲଣ୍ଡ । ବର୍ଷାକୁ ଦେଖିବା ମାତ୍ରେ ସେ ଯେମିତି ପାଗଳ ହୋଇଯାଉଛନ୍ତି । ବାସ୍ ତା’ପରେ ସଙ୍ଗେ ସଙ୍ଗେ ସୋସିଆଲ ମିଡ଼ିଆକୁ ଢାଲ କରି କିଛି ନା କିଛି ପୋଷ୍ଟ । ସାବିତ୍ରୀ ବ୍ରତ ଦିନ ମଧ୍ୟ ‘ରିଅଲ୍ ସାବିତ୍ରୀ V/S ଫେକ୍ ସାବିତ୍ରୀ’ର ପୋଷ୍ଟ ଖୁବ ଭାଇରାଲ ହୋଇଥିଲା । ସେ ସେଥିରେ ସିନ୍ଦୁରକୁ ନେଇ କହିବା ସହ ‘ଦିନେ ନାହିଁ କାଳେ ନାହିଁ, ଗହ୍ମା ପୁନେଇ ଦିନ ମାଇଁ’ ଭଳି କିଛି ଲେଖିଥିଲେ । ଆଉ ଏବେ ଆଇପିଏଲ୍ ଫାଇନାଲକୁ ନେଇ ସେ କରିଥିବା କିଛି ପୋଷ୍ଟରୁ ଏହା ସ୍ପଷ୍ଟ ବାରି ହୋଇପଡ଼ୁଛି କି ବର୍ଷାଙ୍କ ଭୁତ ଅନୁଭବଙ୍କ ପିଛା ଛାଡ଼ୁନି ଯେପରି ।
{"id":579995,"sizeSlug":"large","linkDestination":"none"}
ସୌଜନ୍ୟ - ସୋସିଆଲ ମିଡ଼ିଆ
ପରୋକ୍ଷରେ ହେଉ ମଧ୍ୟ ବର୍ଷା ନାଁ ଟା ଯେମିତି ତାଙ୍କ ମନରୁ ଯାଉନି । ଯେଉଁଠି ବର୍ଷା ସେଇଠି ଅନୁଭୂବଙ୍କ ତେର୍ଚ୍ଛା ବାଣ ଦେଖିବାକୁ ମିଳୁଛି । ସେହିଭଳି ଏକ ଭିଡ଼ିଓ ଲଭ୍ ଇନ୍ ଲଣ୍ଡନର ସୁଟିଂ ସେଟରୁ ମଧ୍ୟ ଭାଇରାଲ ହୋଇଥିଲା । ଲଣ୍ଡନ ହେଉ କି ଓଡ଼ିଶା ତାଙ୍କୁ ସବୁଠି ପାଗଳ କରୁଛି ବର୍ଷା ।