PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଦଶମ ସମ୍ମେଟିଭ-୨ ପରୀକ୍ଷା ଓଏମ୍ଆର ସିଟ୍ ଭାଇରାଲ ଘଟଣା : ଥାନାରେ ଅଭିଯୋଗ 

 ଭବାନୀପାଟଣା/କେସିଙ୍ଗା,୧୮/୩ : କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର  କେସିଙ୍ଗା ଥାନା ଅଞ୍ଚଳର କେତେକ ପରୀକ୍ଷା କେନ୍ଦ୍ରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ପରୀକ୍ଷା କେନ୍ଦ୍ର ବାହାରେ ଥିବା ଲୋକମାନଙ୍କ ସହିତ ଆଲୋଚନା କରିବା ସମୟରେ ମୋବାଇଲ ରେ ଓଏମ୍ଆର ସିଟ୍ ଭାଇରାଲ ବିଷୟ ଜାଣିବାକୁ ପାଇଥିଲେ । ଏହି ଘଟଣା ସଂକ୍ରାନ୍ତରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ କେସିଙ୍ଗା ଆଦର୍ଶ ଥାନାରେ ଓଏମ୍ଆର ସିଟ୍ ଭାଇରାଲ ଘଟଣାର ତଦନ୍ତ କରାଯିବାକୁ ଲିଖିତ ଅଭିଯୋଗ କରିଛନ୍ତି ।

 ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଶନିବାର କେସିଙ୍ଗା ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ଦେଲା ପରେ ପୁଲିସର ତଦନ୍ତ ଆରମ୍ଭ କରିଛି। ଓଏମ୍ଆର ସିଟ୍ ଭାଇରାଲ ଘଟଣାରେ ସନ୍ଦେହ ଜନକ ଭୂମିକାରେ ଥିବା କେତେକ ବ୍ୟକ୍ତି ଙ୍କୁ କେସିଙ୍ଗା ପୁଲିସ ଆଣି ପଚରାଉଚରା କରୁଥିବା ​​‌ଚଳାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି ।