ପ୍ରମୂଖ ଖବର
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

୧୨ ଘଣ୍ଟିଆ ଓଡିଶା ବନ୍ଦ; ଭୁବନେଶ୍ୱରରେ ଜୋରଦାର ବିକ୍ଷୋଭ, ଚକଅଖ ବନ୍ଦ

Published By : Harapriya Sethi | July 17, 2025 12:37 PM

ଭୁବନେଶ୍ୱର,୧୭/୦୭: ବାଲେଶ୍ୱରର ଫକୀର ମୋହନ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି କଂଗ୍ରେସ ଏବଂ ଅନ୍ୟ ସାତଟି ବିରୋଧୀ ବାମ ପନ୍ଥି ଦଳ ଦ୍ୱାରା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଓଡ଼ିଶା ବନ୍ଦ ଯୋଗୁଁ ରାଜଧାନୀ ଭୁବନେଶ୍ୱରରେ ଜନ ଜୀବନ ଗଭୀର ଭାବେ ପ୍ରଭାବିତ ହୋଇଛି । ସକାଳେ ଭୁବନେଶ୍ୱରରେ ଶହ ଶହ କଂଗ୍ରେସ କର୍ମୀ ରେଳ ଷ୍ଟେସନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆନ୍ଦୋଳନକାରୀମାନେ ଚାଲୁଥିବା ରେଳ ସେବା ବନ୍ଦ କରିବା ପାଇଁ ପ୍ଲାଟଫର୍ମରେ ଧସେଇ ପଶିବାକୁ ଚେଷ୍ଟା କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ନିୟୋଜିତ ସୁରକ୍ଷା କର୍ମୀମାନେ ହସ୍ତକ୍ଷେପ କରିଥିଲେ । ଯାହା ଫଳରେ ନିର୍ଦ୍ଧାରିତ ଟ୍ରେନ ପରିଚାଳନାରେ ବାଧା ସୃଷ୍ଟି ହୋଇଥିଲା। 

ଏହାପରେ ରାଜଧାନୀର ମାଷ୍ଟରକ୍ୟାଣ୍ଟିନ, ରାଜମହଲ, ଏଜି ଛକ, ବାଣୀବିହାର, ଖଣ୍ଡଗିରି, କଳ୍ପନା ଛକରେ କଂଗ୍ରେସ କର୍ମୀ ପିକେଟିଂ କରି ଗାଡି ମଟର ବନ୍ଦ କରିଥିଲେ । ସେହିପରି ବସ୍‌, ଗାଡି ବନ୍ଦ ଯୋଗୁଁ ରେଳ ଷ୍ଟେସନ ଓ ବିମାନବନ୍ଦରରେ ଯାତ୍ରୀ ହଇରାଣ ହୋଇ ଚାଲିଚାଲି ଆସୁଥିବା ଦେଖିବାକୁ ମିଳିଛି । ମଧ୍ୟାହ୍ନ ୧୨ ଟା ବେଳକୁ କଂଗ୍ରେସ, ସିପିଆଇଏମ କର୍ମୀ ଲୋୟର ପିଏମଜିରେ ଆନ୍ଦୋଳନ କରି ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାକୁ ଦାବି କରିଥିଲେ । ତେବେ ବନ୍ଦ ବେଳେ ସରକାରୀ ଅଫିସ, ସ୍କୁଲ ଆଦି ଖୋଲା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.