PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

କଣ୍ଟାବାଞ୍ଜିକୁ ଜିଲ୍ଲା ଦାବି ନେଇ ୧୨ ଘାଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି, ୨୫।୩: କଣ୍ଟାବାଞ୍ଜିକୁ ଜିଲ୍ଲା ଦାବି ଜୋର ଧରି ଥିବାବେଳେ ତାକୁ ନେଇ ସଙ୍ଘର୍ଷ ସମିତି ଦ୍ୱାରା ବନ୍ଦ ପାଳନ କରାଯାଇଛି । ସଂଘର୍ଷ ସମିତି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଏଥିସମେତ ଦୋକାନ ବଜାର ସାଙ୍ଗକୁ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସ୍କୁଲ, କଲେଜ ମଧ୍ୟ ବନ୍ଦ କରାଯାଇଛି । କେବଳ ଯେଉଁ ସ୍କୁଲ, କଲେଜରେ ପରୀକ୍ଷା ଚାଲିଛି ସେଗୁଡ଼ିକ ଖୋଲା ରହିଛି । ଗାଡ଼ିମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ସ୍ଥଳେ ଜରୁରୀ ସେବାକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି ।

ଅନେକ ଦିନରୁ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦେବାକୁ ଦାବି ହୋଇ ଆସୁଥିବା ବେଳେ ମଝିରେ ମଝିରେ ସଂଘର୍ଷ ସମତି ପକ୍ଷରୁ ସରକାରୀ କଳକୁ ଅଚଳ କରିବା ସହ ବେସରକାରୀ କାର୍ଯ୍ୟାଳୟ ସମେତ ଗାଡ଼ିମଟର ମଧ୍ୟ ବନ୍ଦ କରି ଦେଇଥିବା ନଜର ରହିଛି । ଆଜି ଏହି ଦାବିକୁ ନେଇ ସମିତି ପକ୍ଷରୁ ସହରର ମୁଖ୍ୟ ଇନ୍ଦିରା ଛକଠାରେ ସକାଳୁ ଅନେକ ଲୋକ ଜମା ହୋଇ ସରକାରଙ୍କୁ ଜିଲ୍ଲା ପାଇଁ ଦାବି କରିବା ସହ ବିଭିନ୍ନ ପ୍ରକାରର ନାରା ବାଜି କରିଥିଲେ । ପରେ ସହରର ମୁଖ୍ୟ ରାସ୍ତା ଉପରେ ଗାଡ଼ିମଟର ରଖି ରାସ୍ତା ଅବରୋଧ କରାଯାଇଥିଲା । ପୁଣି ସମିତିର ସଦସ୍ୟମାନଙ୍କ ଦ୍ୱାରା ସହରରେ ପିକେଟିଂ କରାଯାଇ ଖୋଲା ଯାଇଥିବା ଦୋକାନ ବଜାରକୁ ବନ୍ଦ କରାଯାଇଥିଲା । ଆଜିର ଏହି ବନ୍ଦରେ ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ମଧ୍ୟ ସାମିଲ ଅଛନ୍ତି । ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଛକ ଛକରେ ପୋଲିସ ମୁତୟନ କରାଯାଇଛି ।

ସମ୍ବନ୍ଧିତ ଖବର