ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ମେକ୍ସିକୋରେ ଅଭାବନୀୟ ଘଟଣା; ଉତ୍ସବ ପାଳନ ବେଳେ ଅତର୍କିତ ଗୁଳିମାଡ଼, ୧୨ ମୃତ

Published By : Anindita Ratha | June 26, 2025 8:53 AM

ନୂଆଦିଲ୍ଲୀ,୨୬/୦୬: ମେକ୍ସିକୋ ଗନାଜୁଆଟୋର  ଇରାପୁଆଟୋରେ ଅଭାବନୀୟ ଘଟଣା । ଗତକାଲି ରାତିରେ ଏକ ଉତ୍ସବ ପାଳନ ବେଳେ ଫୁଟିଲା ଗୁଳି । ଯେଉଁଥିରେ ପାଖାପାଖି  ୧୨ ଜଣଙ୍କ ମୃତ୍ୟୁ  ହୋଇଥିବା ସୂଚନା ମିଳିଛି। ଏଥିସହ ୨୦ରୁ ଅଧିକ ଆହତ ହୋଇଛନ୍ତି । 

ସୂଚନା ଅନୁଯାୟୀ,  ଇରାପୁଆଟୋରେ ଲୋକମାନେ ରାସ୍ତାରେ ୱାଇନ ପିଇ ନାଚ ଗୀତରେ ମଉଜ କରୁଥିଲେ । ଏହି ସମୟରେ ହଠାତ୍ ଗୁଳି ମାଡ଼ ହୋଇଥିଲା । ରାଷ୍ଟ୍ରପତି କ୍ଲାଉଡିଆ ଶେନବମ ଘଟଣାର ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ଏହାର ତଦନ୍ତ ଚାଲିଛି। ଯାହା ଘଟିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓ ଦେଖିବାକୁ ମିଳିଛି, ଗୁଳିକାଣ୍ଡ ପୂର୍ବରୁ ଏକ ବ୍ୟାଣ୍ଡ ବାଜାର ତାଳେ ତାଳେ ଲୋକମାନେ ନାଚୁଥିଲେ । 

ମେକ୍ସିକୋ ସିଟିର ଉତ୍ତର-ପଶ୍ଚିମରେ ଅବସ୍ଥିତ ଗନାଜୁଆଟୋର,ବହୁ ବର୍ଷ ଧରି ମେକ୍ସିକୋର ସବୁଠାରୁ ହିଂସାତ୍ମକ ରାଜ୍ୟ ମଧ୍ୟରୁ ଗୋଟିଏ । ସେଠାରେ ଅପରାଧିକ ତତ୍ତ୍ୱମାନେ  ନିଶା କାରବାର  ଏବଂ ଅନ୍ୟାନ୍ୟ ଅବୈଧ ଉଦ୍ୟୋଗ ପାଇଁ ଲଢ଼େଇ ଜାରି ରଖିଛନ୍ତି। ରାଜ୍ୟରେ ଚଳିତ ବର୍ଷର ପ୍ରଥମ ପାଞ୍ଚ ମାସରେ ୧,୪୩୫ ହତ୍ୟାକାଣ୍ଡ ରେକର୍ଡ କରାଯାଇଛି । ଯାହା ଅନ୍ୟ ଯେକୌଣସି ରାଜ୍ୟର ପରିସଂଖ୍ୟାନଠାରୁ ଦୁଇଗୁଣ ଅଧିକ। ସେହିପରି ଗତମାସରେ ସମାନ ଭାବେ ଗୁଳିକାଣ୍ଡରେ ୭ଜଣଙ୍କ ମୃତ୍ୟୁ ଘଟିଥିଲା । ବାରମ୍ବାର ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଘଟୁଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ଉଚିତ୍ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା କହିଛନ୍ତି ସ୍ଥାନୀୟ ଲୋକେ ।







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.