ନୂଆପଡ଼ା/ ମାଲକାନଗିିରି ୨୩/୦୧: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ମାଓଦମନ ଅଭିଯାନ। ସୁରକ୍ଷାବାହୀନଙ୍କ ଏନ୍‌କାଉଣ୍ଟରେ ୨୭ ମାଓବାଦୀଙ୍କ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୬ ଜଣ ନକ୍ସଲ ମୃତଦେହ ଉଦ୍ଧାର କରିଥିଲେ ଯବାନ। ଆଜି ୧୨ ମାଓ କ୍ୟାଡ଼ରଙ୍କ ପରିଚୟ ମିିଳିଛି।  ଏନେଇ ଛତିଶଗଡ଼ ପୋଲିସ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ନିହତ ମାଓବାଦୀଙ୍କ ମଧ୍ୟରୁ  ଏନ୍‌କାଉଣ୍ଟରରେ ନିହତ ମାଓବାଦୀଙ୍କ ମଧ୍ୟରୁ ଜଣେ ଓଡ଼ିଆ ଚିହ୍ନଟ ହୋଇଛନ୍ତି । ମୃତ ଓଡ଼ିଆ ମାଓବାଦୀ କଟକ ନିଆଳିର ଆଲୋକ ଓରଫ୍ ମୁନ୍ନା । ମୁନ୍ନାଙ୍କୁ ଧରିବାକୁ  ୧୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

ସୂଚନା ଥାଉକି, ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧରେ ଏନକାଉଣ୍ଟରରେ ୨୭ ମାଓବାଦୀ ନିହତ ହୋଇଥିଲେ । ୪ ଦିନ ଧରି ୫୦୦ ସୁରକ୍ଷାକର୍ମୀ ଘେରାବନ୍ଦୀ ପରେ ୨୭ ଜଣ ମାଓବାଦୀ ସହ ଟପ୍ କମାଣ୍ଡର ଜୟରାମଙ୍କୁ କରିଥିଲେ ଏନ୍‌କାଉଣ୍ଟର। ଏହି ବଡ଼ ସଫଳତା ପରେ ସୁରକ୍ଷାବାହୀଙ୍କୁ ଶୁଭେଚ୍ଛାର ସୁଅ ଛୁଟି ଥିଲା।  ନୂଆପଡ଼ା ଜିଲ୍ଲା ସୀମାନ୍ତରୁ ୫କିମି ଦୂର ଗରିଆବନ୍ଧ ଅଞ୍ଚଳରେ ଯବାନଙ୍କ ଗୁଳିରେ ୨୭ଜଣ  ନକ୍ସଲ ନିହତ ହୋଇଥିଲେ । ୧୬ ଜଣଙ୍କ  ମୃତଦେହ ଉଦ୍ଧାର କରାଯାଇଥିଲା ବେଳେ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଥିଲା। ଆଜି ୧୨ ଜଣ ମାଓବାଦୀଙ୍କ ପରିଚୟ ମିଳିଛି। ସେମାନଙ୍କ ମଧ୍ୟରୁ ଓଡ଼ିଶା ମାଓବାଦୀ କ୍ୟାଡ଼ର ମୁନ୍ନା,  ଓଡ଼ିଶା କ୍ୟାଡ଼ର ସେଣ୍ଟ୍ରାଲ କମିଟି  ସଦସ୍ୟ ମନୋଜ ଜୟୀରାମ ଓରଫ ଚଲପତି ରେଡ୍ଡୀ ନିହତ  ହୋଇଛନ୍ତି । ଜୟୀରାମଙ୍କୁ ଧରାଇବାକୁ ୧ କୋଟିରୁ ଅଧିକ  ଟଙ୍କାର ପୁରସ୍କାର ଥିଲା । ଅନ୍ୟପକ୍ଷେ ସୀତାନଦୀ ଜୋନାଲ  କମିଟି(ଏସଜେଡ୍‌ସି)ର ସଦସ୍ୟ ତଥା କ୍ୟାଡ଼ର ମାଓବାଦୀ ଗୁଡ୍ଡୁ ମଧ୍ୟ ଏହି ଏନ୍‌କାଉଣ୍ଟରରେ ନିହତ ହୋଇଛି । ଗୁଡ୍ଡୁଙ୍କ ନାଁରେ  ୨୫ଲକ୍ଷ ପୁରସ୍କାର ରାଶି ଥିଲା । ସତ୍ୟମ ଗାଓ୍ବଡେ ଓରଫ ସୁରେନ୍ଦ୍ର ।  ତାଙ୍କ ନାଁ ୬୫ ଲକ୍ଷର ପୁରସ୍କାର ରାଶିଥିଲା।କଲମୁ ଦେବେ ଓରଫ୍ କଲ୍ଲା, ମନ୍ନୁ କମ୍ପନୀ ମଧ୍ୟ ନିହତ ହୋଇଛନ୍ତି।  ମନ୍ନୁ ମୁଣ୍ଡରେ ୧୪ ଲକ୍ଷର ପୁରସ୍କାର ରାଶି ଘୋଷଣା କରିଥିଲା ପୋଲିସ।