ପ୍ରମୂଖ ଖବର
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ

Published By : Swapna Ray | August 9, 2025 10:57 AM

ନୂଆଦିଲ୍ଲୀ, ୯।୮: ଗରିବ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ୩୦୦ ଟଙ୍କାର ଉଜ୍ଜ୍ୱଳା ସବ୍‌ସିଡି ୨୦୨୫- ୨୬ରେ ଜାରି ରହିବ । ଏଥିପାଇଁ ୧୨ ହଜାର କୋଟି ଟଙ୍କା ମଞ୍ଜୁର କରିଛି କେନ୍ଦ୍ର କ୍ୟାବିନେଟ୍‌ । ତେବେ ଏଲ୍‌ପିଜି ସିଲିଣ୍ଡରକୁ ସବ୍‌ସିଡି ଦରରେ ବିକ୍ରି ଯୋଗୁଁ ହେଉଥିବା କ୍ଷତିପୂରଣ ବାବଦ ସରକାର ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି ଟଙ୍କା ଯୋଗାଇ ଦେବେ । କମ୍ପାନିଗୁଡ଼ିକୁ ଏହି ରାଶି ୧୨ଟି କିସ୍ତିରେ ମିଳିବ । ଶୁକ୍ରବାର କ୍ୟାବିନେଟ୍‌ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସୂଚନା ଦେଇଛନ୍ତି । ଦେଶରେ ଆଇଓସିଏଲ୍‌, ବିପିସିଏଲ୍‌ ଏବଂ ଏଚ୍‌ପିସିଏଲ୍‌ ଭଳି ସରକାରୀ ତୈଳ କମ୍ପାନିଗୁଡ଼ିକ ଘରୋଇ ଏଲ୍‌ପିଜି ସିଲିଣ୍ଡର ବିକ୍ରି କରିଥାନ୍ତି । ଏହି ସିଲିଣ୍ଡର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରେ ମିଳିଥାଏ । ଏହା ବଜାର ନିୟନ୍ତ୍ରିତ ନୁହେଁ । ଅଧିକ ଦରରେ କିଣି କମ୍‌ରେ ବିକ୍ରି କରି ତୈଳ କମ୍ପାନିଗୁଡ଼ିକୁ ବିପୁଳ ମାତ୍ରାରେ କ୍ଷତି ସହିବାକୁ ପଡ଼ିଛି । ତେଣୁ ୩୦,୦୦୦ କୋଟି ଟଙ୍କାର କ୍ଷତିପୂରଣକୁ ଅନୁମୋଦନ ମିଳିଛି । 

ସୂଚନାଯୋଗ୍ୟ, ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କୁ ୧୪.୨ କିଲୋଗ୍ରାମ ଏଲ୍‌ପିଜି ସିଲିଣ୍ଡର ଉପରେ ୩୦୦ ଟଙ୍କାର ସବ୍‌ସିଡି ମିଳିଥାଏ । ବର୍ଷକରେ ୯ଟି ସିଲିଣ୍ଡର ନିଆଯାଇପାରିବ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍‌ୟୁୱାଇ) ୨୦୧୬ ମେ’ରେ ଆରମ୍ଭ ହୋଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ଗରିବ ପରିବାରର ମହିଳାମାନଙ୍କୁ ମାଗଣାରେ ଏଲ୍‌ପିଜି ସଂଯୋଗ ଦେବା, ଯାହାଦ୍ୱାରା ସେମାନେ କାଠ କିମ୍ବା କୋଇଲା ଭଳି ହାନିକାରକ ଇନ୍ଧନ ବଦଳରେ ଗ୍ୟାସ୍‌ରେ ରୋଷେଇ କରିପାରିବେ । ୨୦୨୫ ଜୁଲାଇ ୧ ସୁଦ୍ଧା ଦେଶବ୍ୟାପୀ ପିଏମ୍‌ୟୁୱାଇ ଅଧୀନରେ ୧୦.୩୩ କୋଟି ସଂଯୋଗ ଦିଆଯାଇଛି । ଉଜ୍ଜ୍ୱଳା ୨.୦ ଅନ୍ତର୍ଗତ ପ୍ରଥମ ରିଫିଲ୍‌ ଏବଂ ଷ୍ଟୋଭ୍‌ ମାଗଣାରେ ମିଳିଥାଏ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.