ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଫାଷ୍ଟଫୁଡ ଖାଇ ୧୩ ଛାତ୍ରୀ ଗୁରୁତର

Published By : Suraj Kumar | February 8, 2025 8:43 PM

ଚନ୍ଦାହାଣ୍ଡି, ୮।୨ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି  ବ୍ଲକ  ଅଧିନ ମୋହରା  ଯାଦବ ମାଝି ବାଳିକା ଉଚ୍ଚ ବିଦ୍ୟାଳୟ ର ଅନ୍ତେବାସ ରହି ପାଠ ପଢ଼ୁଥିବା ୧୩ ଜଣ  ଦଶମ  ଶ୍ରେଣୀ ର ଛାତ୍ରୀ  ରାସ୍ତା କଡ଼ରୁ ଫାଷ୍ଟ ଫୁଡ ଖାଇ   ଗୁରୁତର ହୋଇଛନ୍ତି। ସେମାନଙ୍କୁ  ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ   ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର  ସନ୍ଧିପ କୁମାର ଶତପଥି ଙ୍କ ନିର୍ଦେଶ କ୍ରମେ  ଏକ ଡାକ୍ତରୀ ଟିମ  ଯାଦବ ମାଝି ବାଳିକା ଉଚ୍ଚ ବିଦ୍ୟାଳୟ  ଗସ୍ତ କରି ସମସ୍ତ  ଅନ୍ତେବାସୀ ଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ  ଔଷଧ ବଣ୍ଟନ କରିଛନ୍ତି l   

ଚନ୍ଦାହାଣ୍ଡି ସଦର ଯାଦବ ମାଝି ବାଳିକା ବିଦ୍ୟାଳୟ  ସାମ୍ନାରେ ଗାୟତ୍ରୀ ଯଜ୍ଞ ଗତ ୨ ରୁ ୫ ତାରିଖ ପ୍ରଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା l   ରାସ୍ତା ପାର୍ଶ୍ୱ ରେ ଥିବା ଉଠା ଫାଷ୍ଟ ଫୁଡ ଦୋକାନରୁ ଛାତ୍ରୀମାନେ ଗୁପ ଚୁପ ଓ    ଚାରମିନ କିଣିକି ଖାଇଥିଲେ l  ଏହା ଖାଇବା ପରେ ଝାଡାବାନ୍ତି ହେବାରୁ ସେମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା। 

 ରାସ୍ତା କଡ଼ରେ  ଥିବା  ସମସ୍ତ ଫାଷ୍ଟ ଫୁଡ, ଦୋକାନ, ସମେତ ପନିର, ଛତୁ ର ପରୀକ୍ଷା କରିବା ପାଇଁ  ଅଞ୍ଚଳବାସୀ ଦାବୀ କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ଅରୁଣ କୁମାର ମହାରଣା ଙ୍କୁ ପଚାରିବାରୁ   ଘଟଣା କୁ ସ୍ୱୀକାର କରିବା ସହ ଖୁବ ଶିଘ୍ର  ଏଠାକାର, ଫାଷ୍ଟ ଫୁଡ, ପନିର, ଛତୁ ଏବଂ ଅନ୍ୟ ଖାଦ୍ୟ ସାମଗ୍ରୀ ପରୀକ୍ଷା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି l  ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବୀ କରାଯାଇଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.