ଚନ୍ଦାହାଣ୍ଡି, ୮।୨ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି  ବ୍ଲକ  ଅଧିନ ମୋହରା  ଯାଦବ ମାଝି ବାଳିକା ଉଚ୍ଚ ବିଦ୍ୟାଳୟ ର ଅନ୍ତେବାସ ରହି ପାଠ ପଢ଼ୁଥିବା ୧୩ ଜଣ  ଦଶମ  ଶ୍ରେଣୀ ର ଛାତ୍ରୀ  ରାସ୍ତା କଡ଼ରୁ ଫାଷ୍ଟ ଫୁଡ ଖାଇ   ଗୁରୁତର ହୋଇଛନ୍ତି। ସେମାନଙ୍କୁ  ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ   ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର  ସନ୍ଧିପ କୁମାର ଶତପଥି ଙ୍କ ନିର୍ଦେଶ କ୍ରମେ  ଏକ ଡାକ୍ତରୀ ଟିମ  ଯାଦବ ମାଝି ବାଳିକା ଉଚ୍ଚ ବିଦ୍ୟାଳୟ  ଗସ୍ତ କରି ସମସ୍ତ  ଅନ୍ତେବାସୀ ଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ  ଔଷଧ ବଣ୍ଟନ କରିଛନ୍ତି l   

ଚନ୍ଦାହାଣ୍ଡି ସଦର ଯାଦବ ମାଝି ବାଳିକା ବିଦ୍ୟାଳୟ  ସାମ୍ନାରେ ଗାୟତ୍ରୀ ଯଜ୍ଞ ଗତ ୨ ରୁ ୫ ତାରିଖ ପ୍ରଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା l   ରାସ୍ତା ପାର୍ଶ୍ୱ ରେ ଥିବା ଉଠା ଫାଷ୍ଟ ଫୁଡ ଦୋକାନରୁ ଛାତ୍ରୀମାନେ ଗୁପ ଚୁପ ଓ    ଚାରମିନ କିଣିକି ଖାଇଥିଲେ l  ଏହା ଖାଇବା ପରେ ଝାଡାବାନ୍ତି ହେବାରୁ ସେମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା। 

 ରାସ୍ତା କଡ଼ରେ  ଥିବା  ସମସ୍ତ ଫାଷ୍ଟ ଫୁଡ, ଦୋକାନ, ସମେତ ପନିର, ଛତୁ ର ପରୀକ୍ଷା କରିବା ପାଇଁ  ଅଞ୍ଚଳବାସୀ ଦାବୀ କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ଅରୁଣ କୁମାର ମହାରଣା ଙ୍କୁ ପଚାରିବାରୁ   ଘଟଣା କୁ ସ୍ୱୀକାର କରିବା ସହ ଖୁବ ଶିଘ୍ର  ଏଠାକାର, ଫାଷ୍ଟ ଫୁଡ, ପନିର, ଛତୁ ଏବଂ ଅନ୍ୟ ଖାଦ୍ୟ ସାମଗ୍ରୀ ପରୀକ୍ଷା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି l  ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବୀ କରାଯାଇଛି l