କଟକ,୧୦/୧୨; ବାରବାଟୀରେ ବଡ ବିଜୟ ହାସଲ କରିଛି ଭାରତ । ଜଗା ମାଟିରେ ଜିତିଲା ଭାରତ । ବାଟବାଟୀରେ ଦ.ଆଫ୍ରିକା ବିଜୟ ଧାରାରେ ବ୍ରେକ୍ ଲାଗିଛି । ଦ. ଆଫ୍ରିକା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ୧୦୧ ରନ୍ର ବିରାଟ ବିଜୟ ହାସଲ କରିଛି ସୂର୍ଯ୍ୟ ବ୍ରିଗେଡ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତର କାଉଣ୍ଟର ଆଟାକରେ ଚିତପଟାଙ୍କ ହୋଇଛି ସାଉଥ୍ ଆଫ୍ରିକା । ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ଅର୍ଦ୍ଧଶତକୀୟ ପାଳି ଭାରତ ବିଜୟରେ ହିରୋ ଭୂମିକା ତୁଲାଇଥିଲେ । ବାଟବାଟୀ ବାଜି ତ ଭାରତ ଜିତିଛି ହେଲେ ଚର୍ଚ୍ଚାରେ ରହିଛନ୍ତି ଜଣେ ୧୩ ବର୍ଷୀୟ ବାଳକ ସତ୍ୟଜିତ୍ ।

କଟକ ଯୋବ୍ରା ନୂଆସାହିର ୧୩ ବର୍ଷର ବାଳକ ସତ୍ୟଜିତ୍ ବାରିକ୍ ଏକ ଭିନ୍ନ ଧରଣର ହେୟାର୍ ଷ୍ଟାଇଲ୍ କରି ଚର୍ଚ୍ଚାକୁ ଆସିଛନ୍ତି । ସେ ମୁଣ୍ଡରେ ଗୋଟିଏ ପଟେ ଟିମ୍ ଇଣ୍ଡିଆର ନାମ ଓ ଅନ୍ୟ ପଟେ ଟିମ୍ ଦକ୍ଷିଣ ଆଫ୍ରିକାର ନାମରେ ନିଜର ହେୟାର୍ ଷ୍ଟାଇଲ୍ କରିଛନ୍ତି । କେବଳ ସେତିକି ନୁହେଁ, ମୁଣ୍ଡର ଚାରିପଟେ କେଶରେ ବିଭିନ୍ନ ପ୍ରକାରର ରଙ୍ଗ ମଧ୍ୟ କରିଛନ୍ତି । ତାଙ୍କର ଏହି ହେୟାର୍ ଷ୍ଟାଇଲ୍‌କୁ ତାଙ୍କ ବାପା କରିଛନ୍ତି । ଏଥିପାଇଁ ୩ ଘଣ୍ଟା ସମୟ ଲାଗିଥିଲା । ସେ ବିରାଟ ଓ ରୋହିତ୍‌ଙ୍କର ଫ୍ୟାନ୍ । ଏଥିମଧ୍ୟରେ ବାରବାଟୀରେ ଖେଳାଯିବାକୁ ଥିବା ମ୍ୟାଚ୍ ପାଇଁ ସେ ବହୁତ୍ ଉତ୍ସାହିତ ଥିଲେ ଟିମ୍ ଇଣ୍ଡିଆର ବିଜୟ କାମନା କରିଥିଲେ । ସତକୁ ସତ ଭାରତ ବାରବାଟୀ ବ୍ୟାଟେଲ୍ ଜିତିଛି । ଯାହାକୁ ନେଇ ସେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ।

ବାରବାଟୀ ବିଜୟରୁ ବିଶ୍ୱକପ ପାଇଁ ବିଗୁଲ ବଜାଇଛି ଭାରତ । ହାର୍ଦ୍ଦିକ ପାଣ୍ଡ୍ୟା ଓ ବୋଲର ଦେଲେ ସଫଳତା । ଆସନ୍ତାବର୍ଷ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଓଡ଼ିଶା ମାଟିରୁ ବିଜୟ ଅଭିଯାନ ଆରମ୍ଭ ହୋଇଛି । ବାରବାଟୀରେ ଭାରତର ପରାଜୟ ଧାରା ଭାଙ୍ଗିଛି । ଆସନ୍ତା ୧୧ ତାରିଖରେ ନ୍ୟୁ ଚଣ୍ଡିଗଡରେ ଖେଳାଯିବ ଦ୍ୱିତୀୟ ଟ୍ୱେଣ୍ଟି ।