ନୂଆଦିଲ୍ଲୀ,୦୭/୦୪; ଇଣ୍ଡିଆନ ପ୍ରିମିୟର ଲିଗରେ ଚେନ୍ନାଇ ସୁପରକିଙ୍ଗସର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏହି ପରିଚୟ ହେଉଛନ୍ତି ନିୟମିତ ସଫଳତା । ୫ ଥର ଆଇପିଏଲ ଟ୍ରଫି ଜିତିଛି । ଧୋନିଙ୍କ କ୍ୟାପ୍ଟେନ୍ସିଂରେ ୫ ଥର ଟ୍ରଫି ହାତେଇଛି । ହେଲେ ଦଳର ନୂଆ ଅଧିନାୟକ ଋତୁରାଜ ଗାଏକ୍ୱାଡ ଏବେ ନେତୃତ୍ୱ ନେବାରେ ପରିପକ୍ୱ ହୋଇ ନାହାନ୍ତି । ତାଙ୍କ ନେତୃତ୍ୱରେ ଦଳ ଗତ ୨୨ଟି ମ୍ୟାଚରେ ୧୪ ଥର ପରାସ୍ତ ହୋଇଛି । ମାତ୍ର ୮ଟି ଜିତିଛି । ଚଳିତ ସିଜିନରେ ବି ଦଳ ବ୍ୟାକ୍ ଟୁ ବ୍ୟାକ୍ ୩ଟି ମ୍ୟାଚ ହାରି ସାରିଛି । ମନେ ହେଉଛି ଶେଷ ଆଡୁ ଏଥର ବି ଅଭିଯାନ ଶେଷ କରିବ ଚେନ୍ନାଇ ।
ଜଣେ ନୂଆ ଅଧିନାୟକଙ୍କ ହାତରେ ଟିମ୍ ଖରାପ ପ୍ରଦର୍ଶନ କରିବା କିଛି ନୂଆ କଥା ନୁହେଁ । କିନ୍ତୁ ସଂଖ୍ୟାରେ ଦେଖିଲେ ଚଳିତବର୍ଷ ହ୍ୟାଟ୍ରିକ ପରାଜୟ ୨୨ ମ୍ୟାଚରୁ ୧୪ତମ ପରାଜୟର ସଂଖ୍ୟାକୁ ଦେଖିଲେ ଚେନ୍ନାଇ ନେତୃତ୍ୱରେ କେଉଁଠି ନା କେଉଁଠି ତ୍ରୁଟି ପରିଲିକ୍ଷିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏହା ପରେ ଦଳର ପରିଚୟ ହଜିବାକୁ ବସିଲାଣି । ଅନ୍ୟପକ୍ଷରେ ଦେଖିରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଦଳ ଯେଉଁ ରଣନୀତି ଗ୍ରହଣ କରିଆସିଛି ତାହା ଏବେ ଚେନ୍ନାଇର ଧାରରେ ପଡିଯାଇଛି । ଏହା ସତ୍ତ୍ୱେ ଦଳ ସଫଳତା ନପାଇବା ନେତୃତ୍ୱ ଶୈଳୀ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
ଏହା ବି ପଢନ୍ତୁ...ଭାରତର ଦୁଇ କୋହିନୂର...ସଞ୍ଜୁ ସାମସନ, ଯଶପ୍ରୀତ ବୁମରା, କିଏ ହେବ ଆଇସିସି ମାସର ଶ୍ରେଷ୍ଠ ଖେଳାଳି ?
ଚଳିତ ସିଜିନରେ ଚେନ୍ନାଇର ଖେଳାଳିଙ୍କୁ ଦେଖିଲେ ସେପରି କିଛି ବିଦେଶୀ ଦଳରେ ନାହାନ୍ତି । ନିଜେ ଅଧିନାୟକ ଋତୁରାଜ ପ୍ରଥମ ୩ଟି ମ୍ୟାଚରେ ୨ ଥର ଶୂନରେ ଆଉଟ୍ ହେବା ଓ ସଞ୍ଜୁ ସାମସନ ୩ଟି ଯାକ ମ୍ୟାଚରେ ବଡ ସ୍କୋର କରି ନପାରିବା ଦଳର ରଣନୀତିକୁ ପ୍ରଭାବିତ କରିଛି । ଯେଉଁ ପ୍ରତିଭା ଅଛନ୍ତି ତାଙ୍କୁ ଧୋନିଙ୍କ ପରି କାମରେ ଲଗାଇବା ଋତୁରାଜ ସମର୍ଥ ହେଉନାହାନ୍ତି । ଏଭଳି ସ୍ଥିତିରେ ଦଳୀୟ ରଣନୀତି ଫେଲ୍ ମାରିଲେ ସଫଳତାର ମନ୍ତ୍ର କିଏ ଦେବ । ଏମିତିର ଗାଏକ୍ୱାଡ ବିଫଳ ହେଲେ ତାଙ୍କ ସ୍ଥାନ ସଙ୍କଟରେ ପଡିବ । ତାଙ୍କ ସ୍ଥାନରେ ସଞ୍ଜୁଙ୍କୁ ନେତୃତ୍ୱ ମିଳିପାରେ । ହେଲେ ଫ୍ରାଞ୍ଚାଇଜର ଏପରି ନିଷ୍ପତ୍ତି ନେବାରେ ବିଳମ୍ବ ହୋଇପାରେ ।