PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ: ଶ୍ରୀମନ୍ଦିରରେ ପହଞ୍ଚିଲା ଏଏସ୍‌ଆଇ ଟିମ୍‌, ଗର୍ଭଗୃହ ଓ ନାଟମଣ୍ଡପ ଫାଟର ସ୍ଥିତି ଓ ଏହାର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରିବ ଟିମ୍‌
  • ||
  • ଖୋର୍ଦ୍ଧା: ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ
  • ||
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ହାଇଓ୍ବେରେ ଚଳନ୍ତା ଟ୍ରକରେ ବିସ୍ଫୋରଣ ହେଲା ୧୫୦ ସିଲିଣ୍ଡର,ଆଉ ଏହାପରେ…

ପାଲି,୧୧।୬: ଗୋଟିଏ ପରେ ଗୋଟିଏ ବିସ୍ଫୋରଣ…। ଆକାଶରେ ଛାଇ ଯାଇଥିଲା କଳା ଧୂଆଁ ଓ ମାଟି ବାଲି ସବୁ ଆକାଶରେ ଉଡୁଥିଲା…। ଏହି କୌଣସି ଫିଲ୍ମର ସିନ୍ ନୁହେଁ ରିଲୟ ସିନ୍ ଥିଲା। ଯାହାକୁ ଦେଖିବା ପରେ ଉପସ୍ଥିତ ଲୋକମାନେ ଭୟରେ ଥରି ଯାଇଥିଲେ। ଘର ଛାଡି ଯିଏ ଯୁଆଡେ ପାଇଲେ ବାହାରିଗଲେ     ।

ଏଭଳି ଏକ ଘଟଣା ରାଜସ୍ଥାନର ପାଲି ଜିଲ୍ଲାରେ ଦେଖିବାକୁ ମିଳିଥିଲା। ସେଠାରେ ଗତ ରବିବାର ଏକ ରୋଷେଇ ଗ୍ୟାସର ସିଲିଣ୍ଡର ଭର୍ତ୍ତି ଟ୍ରକରେ ନିଆଁ ଲାଗିଯାଇଥିଲା ଓ ପରେ ଗୋଟିଏ ପରେ ଗୋଟିଏ ପ୍ରାୟ ୧୫୦ଟି ସିଲିଣ୍ଡର ଫାଟି ଯାଇଥିଲା। ପ୍ରାୟ ୨୦-୨୫ ମିନିଟ୍ ପର୍ଯ୍ୟନ୍ତ ସିଲିଣ୍ଡର ଫାଟିବା ସହ ବିସ୍ଫୋରଣ ହେବାରେ ଲାଗିଥିଲା। ତେବେ ଏହି ବିସ୍ଫୋରଣରେ କାହାର ମୃତାହତ ହୋଇନଥିବାର ଖବର ମିଳିଛି।

ମିଳିଥିବା ଖବର ଅନୁସାରେ ସକାଳ ପ୍ରାୟ ୬ଟା ବେଳେ କେନପୁରା ଗାଁ ପାଖ ହାଇଓ୍ବେରେ ସିଲିଣ୍ଡର ଭର୍ତ୍ତି ଟ୍ରକ୍ ଯୋଦ୍ଧପୁରରୁ ପାଲି ଜିଲ୍ଲାର ସୁମେରପୁର ଯାଉଥିଲା। ହାଇଓ୍ବେ ଉପରେ ଟ୍ରକରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା, ଯାହାଫଳରେ ସିଲିଣ୍ଡର ଗୁଡିକ ଫାଟିବା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ଟ୍ରକ୍ ଚାଳକ ଘଟଣାସ୍ଥଳ ଛାଡି ଚାଲିଯାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ପୋଲିସ  ଓ ଅଗ୍ନିଶମ ବିଭାଗର କର୍ମଚାରୀ ସେଠାରେ ପହଁଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ।

ସମ୍ବନ୍ଧିତ ଖବର