ଫିରିଙ୍ଗିଆ, ୧୨।୧୧ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଏଫସିଆଇ ଛକରେ ଅବକାରୀ ମୋବାଇଲ ଟିମ ଗାଡି ଯାଞ୍ଚ କରି ଏକ କାରରୁ  ୧୩୬ କେଜି ଗଞ୍ଜେଇ ଜବତ କରିଛି।  ଏଥିସହ ୩ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଷାଠିଏ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି l

ଅବକାରୀ ବିଭାଗର ମୋବାଇଲ ଟିମ ଫୁଲବାଣୀ ଏଫସିଆଇ ଛକ ନିକଟରେ ଚେକିଂ କରୁଥିବା ବେଳେ ଏକ କାରକୁ ଅଟକାଇଥିଲେ। କାରରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା l ଅବକାରୀ ଟିମ ଗଞ୍ଜେଇ ଓ ଗାଡି ଜବତ କରିଥିଲେ। ଏଥି ସହ ଗଞ୍ଜେଇ ଚାଲାଣ କରୁଥିବା ଗୋଚ୍ଛାପଡା ଥାନା ଅଧୀନ ଗୋଚ୍ଛାପଡା ପଞ୍ଚାୟତ କଡ଼ିପାରି ଗାଁର ଲମ୍ବୋଦର ମଲିକ, ପାଙ୍ଗାପାଜୁ ଗାଁର ବୃଷଭ କହଁର ଏବଂ ସୁରଥ କହଁରଙ୍କୁ ଗିରଫ କରିଥିଲେ।   ଗୋଚ୍ଛାପଡା ଅଞ୍ଚଳରୁ ବୌଦ୍ଧ ଗଞ୍ଜେଇ ଚାଲାଣ ହେଇଥିବା ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି l ଗଞ୍ଜେଇ ଚାଲାଣ ସଂକ୍ରାନ୍ତରେ ଅବକାରୀ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏହି ଚଢ଼ାଉରେ  ଅବକାରୀ ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବେହେରା, ଏସ ଆଇ ଚିନ୍ମୟ ଦଳେଇ,କନେଷ୍ଟବଲ ଅମୁଲ୍ୟ କୁମାର ଲେଙ୍କା  ସାମିଲ ଥିଲେ l