ନୂଆଦିଲ୍ଲୀ, ୦୪/୦୬ : ଜାତିସଙ୍ଘ ସୁରକ୍ଷା ପରିଷଦରେ ପାକିସ୍ତାନର ଖେଳ ଖତମ୍। ବୁଧବାର ହୋଇଥିବା ସଂଯୁକ୍ତ ରାଷ୍ଟ୍ର ମହାସଭା ନିର୍ବାଚନରେ କାର୍ଗିସ୍ତାନକୁ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ କରାଯାଇଛି। ୧୯୯୨ରେ କାର୍ଗିସ୍ତାନ ମିଳିତ ଜାତିସଙ୍ଘରେ ସାମିଲ ହୋଇଥିଲା। ବର୍ତ୍ତମାନ ପ୍ରଥମ ଥର ପାଇଁ ଜାତିସଙ୍ଘ ସୁରକ୍ଷା ପରିଷଦରେ ତାକୁ ସାମିଲ କରାଯାଇଛି। ଏଶିଆ-ପ୍ୟାସିଫିକ୍ ସମୂହ ଗୋଷ୍ଠିରୁ ପାକିସ୍ତାନ ଜାଗାରେ ଏବେ ଏହି ଦେଶ ସଦସ୍ୟତା ଗ୍ରହଣ କରିବ। ୨୦୨୬ଶେଷ ବେଳକୁ ପାକିସ୍ତାନର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି।

ସୂଚନାନୁଯାୟୀ, ବୁଧବାର ବିଳମ୍ଵିତ ରାତିରେ ୧୯୩ ସଦସ୍ୟ ବିଶିଷ୍ଟ ମିଳିତ ଜାତିସଙ୍ଘ ମହାସଭାରେ ୫ ନୂଆ ଅସ୍ଥାୟୀ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ଏହି ଦେଶ ଗୁଡ଼ିକ ହେଲେ କାର୍ଗିସ୍ତାନ, ଅଷ୍ଟ୍ରିଆ, ପର୍ତ୍ତୁଗାଲ, ତ୍ରିନିଦାଦ ଏବଂ ଟୋବାଗୋ ତଥା ଜିମ୍ଵାୱେକୁ ୨୦୨୭-୨୮ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ କରାଯାଇଛି। ଭାରତ ଏହି ସବୁ ଦେଶ ଗୁଡ଼ିକୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନ ପାଇଁ ସହଯୋଗ ଲୋଡ଼ିଛି। ୨୦୨୬ ଶେଷ ସୁଦ୍ଧା ଡେନମାର୍କ, ଗ୍ରୀସ୍, ପାକିସ୍ତାନ, ପାନାମା ଏବଂ ସୋମାଲିଆର କାର୍ଯ୍ୟକାଳ ସରିବାକୁ ଯାଉଛି।

ଆହୁରି ପଢନ୍ତୁପ୍ରେସ୍ କନଫରେନ୍ସରେ ଗର୍ଜିଲା ‘କାକ୍ରୋଚ୍ ଜନତା ପାର୍ଟି’, ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ରଖିଲା ୪ ବଡ଼ ଦାବି

ଭାରତର ସ୍ଥାୟୀ ପ୍ରତିନିଧି ରାଜଦୂତ ପି ହରିଶ ତାଙ୍କ ଏକ୍ସ ଆକାଉଣ୍ଟରେ ନୂଆ ସଦସ୍ୟଙ୍କୁ ହାର୍ଦ୍ଧିକ ଶୁଭକାମନା ଜଣାଇଛନ୍ତି। ଭାରତ ସେମାନଙ୍କ ସହ ମିଳିମିଶି କାମ କରିବାକୁ ଉତ୍ସୁକ ବୋଲି କହିଛନ୍ତି। ପଶ୍ଚିମ ୟୁରୋପୀୟ ଏବଂ ଅନ୍ୟାନ୍ୟ ରାଷ୍ଟ୍ର ଗୋଷ୍ଠୀରେ ଜର୍ମାନୀକୁ ଏକ ବଡ଼ ଝଟକା ଲାଗିଛି। ଜର୍ମାନୀକୁ ମାତ୍ର ୧୦୪ ଭୋଟ୍ ମିଳିଛି। ସେହିପରି ପର୍ତ୍ତୁଗାଲକୁ ୧୩୪ ଏବଂ ଅଷ୍ଟ୍ରିଆକୁ ୧୩୧ ଭୋଟ୍ ମିଳିଛି।

ଜାତିସଂଘ ସୁରକ୍ଷା ପରିଷଦର ମୋଟ ୧୫ ଜଣ ସଦସ୍ୟ ଅଛନ୍ତି, ଯେଉଁଥିରେ ପାଞ୍ଚଟି ସ୍ଥାୟୀ ସଦସ୍ୟ - ଚୀନ୍, ଫ୍ରାନ୍ସ, ରୁଷ, ୟୁକେ ଏବଂ ୟୁଏସ୍ ଅନ୍ତର୍ଭୁକ୍ତ। ଆସନ୍ତା ବର୍ଷ, ନୂତନ ନିର୍ବାଚିତ ସଦସ୍ୟମାନେ ପରିଷଦରେ ଯୋଗଦେବେ, P5 ଦେଶଗୁଡ଼ିକ ସହିତ: ବାହାରିନ୍, କଲମ୍ବିଆ, କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟ, ଲାଟଭିଆ ଏବଂ ଲାଇବେରିଆ, ସେମାନଙ୍କ କାର୍ଯ୍ୟକାଳ ୨୦୨୭ରେ ଶେଷ ହେବ। ଭାରତ ୨୦୨୧-୨୨ ରେ ଏକ ଅସ୍ଥାୟୀ ସଦସ୍ୟ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲା। ଭାରତ  ୨୦୨୮-୨୯ ରେ ମଧ୍ୟ ସଦସ୍ୟ ହୋଇପାରେ। ଭାରତ ପୂର୍ବରୁ ଏହାର ପ୍ରାର୍ଥୀତ୍ୱ ଘୋଷଣା କରିସାରିଛି।...

ଯୁଦ୍ଧ କରି କରି ଅଣନିଶ୍ବାସୀ ହେଲେଣି ଟ୍ରମ୍ପ, ହାର୍ ମାନୁନି ଇରାନ । ଜାଣନ୍ତୁ ଇରାନ ସେନାର ଶକ୍ତିଓ ସାମର୍ଥ୍ୟ କେତେ ?