ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମଙ୍ଗଳବାର ୪ ଦିିନିଆ ଓଡ଼ିଶା ଆସୁଛନ୍ତି ଷୋଡ଼ଶ ଅର୍ଥ କମିଶନ, ବୁଧବାର ପୁରୀ ଓ କୋଣାର୍କ ଯିବେ

Published By : Prameya | February 4, 2025 8:14 AM

ଭୁବନେଶ୍ୱର, ୦୪/୦୨: ମଙ୍ଗଳବାରଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଷୋଡ଼ଶ ଅର୍ଥ କମିଶନ । କମିଶନର ଅଧ୍ୟକ୍ଷ ଡ. ଅରବିନ୍ଦ ପାନାଗାରିଆ ଓ ତାଙ୍କର ୧୫ଜଣିଆ ଟିମ୍‌ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ । ଗସ୍ତ ସମୟରେ କମିଶନଙ୍କ ଆଗରେ ରାଜ୍ୟ ସରକାର ୧୨ ଲକ୍ଷ ୫୬ ହଜାର ୧୪୮ କୋଟି  ଟଙ୍କାର ଦାବି ଉପସ୍ଥାପନ କରିବେ । ଏହି ଦାବିକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ  ମିଳିସାରିଛି । ପ୍ରାକୃତିକ ବିପର୍ଯ୍ୟୟ ଲାଗି ସ୍ୱତନ୍ତ୍ର ପ୍ୟାକେଜ ଦାବି କରାଯିବା ନେଇ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି ।  

ମଙ୍ଗଳବାର ଅପରାହ୍ନରେ କମିଶନ ଓ ତାଙ୍କ ଟିମ୍‌ ଭୁବନେଶ୍ୱରରେ  ପହଞ୍ଚିବେ । ବୁଧବାର ପୁରୀ ଓ କୋଣାର୍କ  ଯିବେ । ୬ ତାରିଖରେ ରାଜ୍ୟ ସରକାର  ଓ ରାଜ୍ୟ ଅର୍ଥ କମିଶନଙ୍କ ସହ ଆଲୋଚନା ହେବ । ରାଜ୍ୟ ଅର୍ଥ କମିଶନଙ୍କ ସହ ଆଲୋଚନା ପରେ ବିଭିନ୍ନ ପଞ୍ଚାୟତ ଓ ପୌର ସଂସ୍ଥାର କର୍ମଚାରୀ ସଂଘକୁ ଭେଟିବେ । ବିଭିନ୍ନ ବର୍ଗର ତୃଣମୂଳ ସ୍ତରର ପ୍ରତିନିଧି  ଓ ବୁଦ୍ଧିଜୀବୀଙ୍କୁ ମଧ୍ୟ କମିଶନ ସଦସ୍ୟ ଭେଟିବେ। ରାଜ୍ୟ ଅର୍ଥ କମିଶନର  ଅଧ୍ୟକ୍ଷ ଅଛନ୍ତି ପୂର୍ବତନ ଆଇଏଏସ୍‌ ଅଧିକାରୀ ଅରୁଣ ପଣ୍ଡା । ଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଢ଼ାଯାଇଛି । ଏହି କମିଟି ମଧ୍ୟ ଆଲୋଚନା କରିବେ । ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଓଡ଼ିଶାକୁ ସ୍ୱତନ୍ତ୍ର ଅନୁଦାନ ପାଇଁ ଦାବି ହୋଇ ଆସୁଥିଲା । ମାତ୍ର କେନ୍ଦ୍ର ସରକାର ଦାବିକୁ ଅଣଦେଖା କରିଆସୁଥିଲେ । 

ଚଳିତ ଥର ଷୋଡ଼ଶ ଅର୍ଥ କମିସନରୁ ରାଜ୍ୟ ସରକାର ଅଧିକ ଆଶା ରଖିଛନ୍ତି । ପ୍ରଥମ  ଥର ପାଇଁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହୋଇଛି । ଏପରିସ୍ଥଳେ  ରାଜ୍ୟର ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ମିଳିବ ବୋଲି ଆଶା ରହିଛି । ଗ୍ରାମାଞ୍ଚଳର ବିକାଶ ପାଇଁ ସମସ୍ତ ଅଞ୍ଚଳରେ ନେଟୱାର୍କ ସଂଯୋଗ ପରି କେତେକ ଗୁରୁତ୍ୱପୂର୍ଣ୍ଣ ଦାବି  ରଖିପାରନ୍ତି ସରକାର । 

ଉଲ୍ଲେଖଯୋଗ୍ୟ, ଅର୍ଥ କମିଶନ କେନ୍ଦ୍ର-ରାଜ୍ୟ ମଧ୍ୟରେ ଭାଗବଣ୍ଟା ଅନୁପାତ ସ୍ଥିର କରିଥାନ୍ତି । ରାଜ୍ୟକୁ କେତେ ଗ୍ରାଣ୍ଟ ଇନ୍‌ ଏଡ୍‌ ମିଳିବ  ନିଷ୍ପତ୍ତି ନେଇଥାନ୍ତି । ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସ୍ୱତନ୍ତ୍ର ପାଣ୍ଠି ରାଜ୍ୟକୁ ଆବଶ୍ୟକ  ପଡ଼ିଲେ ସ୍ୱତନ୍ତ୍ର ଅନୁଦାନ ଦେବା ନେଇ ସୁପାରିସ କହିଥାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.