ମାଲକାନଗିରି, ୮।୧ (ଆପ୍ର): ମାଲକାନଗିରି ଜିଲା ଏମ୍ଭି -୨୬ ଗ୍ରାମରେ ପୋଡା ଜଳା ଭଙ୍ଗାରୁଜା ଘଟଣାରେ ପୁଲିସ ୧୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବୁଧବାର ସନ୍ଧ୍ୟା ରେ ଏହି ୧୮ଜଣଙ୍କୁ ମାଲକାନଗିରି ସେସନ୍ସ ଅଦାଲତ ପକ୍ଷରୁ ସର୍ଭମୂଳକ ଜାମିନ ପ୍ରଦାନ କରାଯାଇଛି ।
ଜାମିନ ପାଇଥିବା ସମସ୍ତ ବ୍ୟକ୍ତି ଘଟଣାର ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ନିକଟସ୍ଥ ଥାନାରେ ପ୍ରତି ମାସ ୧୪ ଓ ୨୮ ତାରିଖରେ ହାଜର ହେବେ।ଅଦାଲତର ଶୁଣାଣି ପ୍ରକ୍ରିୟାରେ ସହଯୋଗ କରିବା ସହ ନିର୍ଦ୍ଧାରିତ ତାରିଖରେ ଅଦାଲତରେ ହାଜର ହେବେ। ଅପରପକ୍ଷର ଲୋକଙ୍କୁ କୌଣସି ପ୍ରକାର ଚାପ କିମ୍ବା ଧମକ ନଦେବା ଏବଂ ଜାମିନରେ ଥୂବା ସମୟରେ ସମାନ ପ୍ରକାର ଅପରାଧ ନଘଟାଇବା ଭଳି ସର୍ଭ ରହିଛି। ଏହିସବୁ ସର୍ତ୍ତି ଖିଲାଫ ହେଲେ ଜାମିନ ଖାରଜ ହେବ ବୋଲି ବିଚାରପତି ତାଙ୍କ ରାୟରେ ଶୁଣାଇଛନ୍ତି। ଏହି ମାମଲାର ଶୁଣାଣି ବିଚାରପତି ପି.କେ. ପଣ୍ଡା କରିଥିବା ବେଳେ ଆଇନଜୀବୀ ଗୋବିନ୍ଦ ପାତ୍ର ମକଦମା ପରିଚାଳନା କରିଥିଲୋ