ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କଠୋର ଇମିଗ୍ରେସନ ନିୟମ ଆଣିବେ ଟ୍ରମ୍ପ,ଆମେରିକାରୁ ବିଦା ହେବେ ୧୮ ହଜାର ଭାରତୀୟ

Published By : Anindita Ratha | December 15, 2024 9:12 AM

ନୂଆଦିଲ୍ଲୀ,୧୫/୧୨:ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଆସନ୍ତା ବର୍ଷ ଜାନୁଆରୀରେ ଶପଥ ନେବା କ୍ଷଣି ଡୋନାଲ୍ଡ ଟ୍ରମ୍ପ୍‌ ଦେଶରେ କଠୋର ଇମିଗ୍ରେସନ ନିୟମ ଲାଗୁ କରିଦେବେ । ଏହା ତାଙ୍କ ନିର୍ବାଚନ ପ୍ରତିଶ୍ରୁତି ଥିଲା । ଟ୍ରମ୍ପ୍‌ଙ୍କର ଏଭଳି କଠୋର ଆଭିମୁଖ୍ୟ ଆମେରିକାରେ ବେଆଇନ ଭାବେ ରହୁଥିବା ବିଦେଶୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ । ସେମାନଙ୍କୁ ନିଜ ଦେଶକୁ ପ୍ରତ୍ୟର୍ପଣ କରାଯିବ । ଏହି ଆଧାରରେ ଆମେରିକାରୁ ୧୮ ହଜାରରୁ ଅଧିକ ଭାରତୀୟ ବିଦା ହେବେ । ଏମାନେ ସମସ୍ତେ ବେଆଇନ ଭାବେ ରହୁଛନ୍ତି । ଏମାନଙ୍କ ପାଖରେ ବୈଧ ଭିସା ନାହିଁ । ଆମେରିକାରେ ଅବୈଧ ପ୍ରବାସୀଙ୍କ କଥା ବୁଝୁଥିବା ସରକାରୀ ସଂସ୍ଥା ଆଇସିଇ ପ୍ରାୟ ୧୫ ଲକ୍ଷ ଲୋକଙ୍କର ତାଲିକା ପ୍ରସ୍ତୁତ କରିଛି । ଅବୈଧ ଭାବେ ରହୁଥିବା ଲୋକଙ୍କର ନାମ ଏଥିରେ ସାମିଲ ରହିଛି । ୧୮ ହଜାର ଭାରତୀୟଙ୍କ ନାମ ବି ଏଥିରେ ଥିବା କୁହାଯାଉଛି । ଟ୍ରମ୍ପ୍‌ କହିଛନ୍ତି ଯେ ସେ ରାଷ୍ଟ୍ରପତି ଭାବେ ଶପଥ ନେବା କ୍ଷଣି ବିନା ଦସ୍ତାବିଜରେ ରହୁଥିବା ପ୍ରବାସୀଙ୍କୁ ବିଦା କରିବେ । 

‘ଆମେରିକା ଫାର୍ଷ୍ଟ ପଲିସି’ରେ ଟ୍ରମ୍ପ୍‌ ଏହି ପଦକ୍ଷେପ ନେବେ । ଆମେରିକା ସରକାର ବେଆଇନ ପ୍ରବାସୀଙ୍କ ତାଲିକା ଜାରି କରି ଭାରତକୁ ଟାର୍ଗେଟ୍‌ କରିଛନ୍ତି । ଭାରତ ଏ କ୍ଷେତ୍ରରେ କୌଣସି ସହଯୋଗ କରୁ ନ ଥିବା ସରକାର ଅଭିଯୋଗ କରିଛନ୍ତି । ଆମେରିକାରୁ ନିଜ ଲୋକଙ୍କୁ ଫେରାଇ ନେବା ପାଇଁ ସହଯୋଗ କରୁ ନ ଥିବା ଦେଶଗୁଡ଼ିକୁ ଏହି ତାଲିକାରେ ସ୍ଥାନିତ କରାଯାଇଛି । ଭାରତ ସମେତ ୧୫ଟି ଦେଶ ଏହି ତାଲିକାରେ ରହିଛନ୍ତି । ଆଇସିଇ ତଥ୍ୟ ମୁତାବକ, ଆମେରିକାରେ ୧୭ ହଜାର ୯୪୦ ଭାରତୀୟ ବେଆଇନ ଭାବେ ବାସ କରୁଛନ୍ତି । ଏଥିସହ ଏମାନେ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିଲେ ହେଁ ଏମାନଙ୍କୁ ଏ ପର୍ଯ୍ୟନ୍ତ ଗିରଫ କିମ୍ବା ଜେଲଦଣ୍ଡ ଦିଆଯାଇ ନାହିଁ । ଏମାନେ କାଗଜପତ୍ର ପ୍ରସ୍ତୁତିର ଲମ୍ବା ପ୍ରକ୍ରିୟାରେ ଫସିଯାଇଛନ୍ତି । ରିପୋର୍ଟ ମୁତାବକ, ପ୍ରକ୍ରିୟା ଶେଷ ହେବା ପାଇଁ ୩ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିପାରେ । କିନ୍ତୁ ତାହା ପୂର୍ବରୁ ଟ୍ରମ୍ପ୍‌ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ସେମାନଙ୍କୁ ବିଦା କରାଯିବ । ଆଇସିଇ ମୁତାବକ, ଗତ ୩ ବର୍ଷରେ ଆମେରିକା ସୀମାରେ ବେଆଇନ ଭାବେ ପ୍ରବେଶ ଉଦ୍ୟମ ଯୋଗୁ ହାରାହାରି ୯୦ ହଜାର ଭାରତୀୟ ନାଗରିକଙ୍କୁ ଧରାଯାଇଥିଲା । ପଞ୍ଜାବ, ଗୁଜରାଟ ଏବଂ ଆନ୍ଧ୍ର ପ୍ରଦେଶରୁ ଅଧିକ ଲୋକ ଏଥିରେ ଅନ୍ତର୍ଭୁକ୍ତ ।













Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.