ଏପ୍ରିଲ ୧ ତାରିଖରେ ପଟିଆଲା ଜେଲ୍ରୁ ମୁକୁଳିବେ ନବଜୋତ ସିଂହ ସିଦ୍ଧୁ; ଟ୍ବିଟ କରି ଦେଲେ ସୂଚନା

Image Courtesy: The Indian Express
ପଟିଆଲା,୩୧/୦୩: ଆସନ୍ତାକାଲି(ଏପ୍ରିଲ ୧) ପଟିଆଲା ଜେଲ୍ରୁ ମୁକୁଳିବେ କ୍ରିକେଟର ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ। ଶନିବାର ସିଦ୍ଧୁ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି। ତେବେ ୨୦ ମେ’ ୨୦୨୨ରେ ସେ ପଟିଆଲାର ମୁଖ୍ୟ ନ୍ୟାୟିକ ବିଚାରପତିଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ। ତାଙ୍କୁ ୧୯୮୮ ମସିହାରେ ରାସ୍ତା କଡ଼ରେ ମାରପିଟ୍ (ରୋଡ୍ ରେଜ୍) ମାମଲାରେ ଦୋଷି ସାବ୍ୟସ୍ତ କରାଯାଇଥିଲା।
ସିଦ୍ଧୁଙ୍କ ଟ୍ବିଟରରେ ଉଲ୍ଲେଖ କରାଯାଇଛି ଯେ,’ସର୍ଦ୍ଦାର ନବଜୋତ ସିଂହ ସିଦ୍ଧୁ ପଟିଆଲା ଜେଲ୍ରୁ ଆସନ୍ତାକାଲି ମୁକ୍ତ ହେବେ।’ ମିଳିଥିବା ସୂଚନା ଅନୁସାରେ ଜେଲ୍ରେ ସିଦ୍ଧୁଙ୍କ ଉତ୍ତମ ଆଚରଣ ଯୋଗୁ ତାଙ୍କର ସଜା ଅବଧି ପୂରା ହେବା ପୂର୍ବରୁ ଜେଲ୍ରୁ ଛାଡ଼ି ଦିଆଯିବ ବୋଲି ସୂଚନା ମିଳିଛି।
This is to inform everyone that Sardar Navjot Singh Sidhu will be released from Patiala Jail tomorrow.
— Navjot Singh Sidhu (@sherryontopp) March 31, 2023
(As informed by the concerned authorities).
କ‘ଣ ଥିଲା ୧୯୮୮ ରୋଡ୍ ରେଜ୍ ମାମଲା:
୧୯୮୮ ମସିହାରେ ସିଦ୍ଧୁ ଓ ତାଙ୍କ ବନ୍ଧୁ ଜଣେ ବ୍ୟକ୍ତିଙ୍କୁ ମାଡ ମାରିଥିଲେ। ଏହି ଘଟଣାରେ ଚିକିତ୍ସିତ ଅବସ୍ଥାରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଗାଡ଼ି ପାର୍କିଂକୁ ନେଇ ମାର୍ପିଟ୍ ହୋଇଥିଲା। ଏଥିରେ ପଟିଆଲାର ଗୁରନାମ ସିଂହ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ସୂଚନା ଅନୁସାରେ, ସିଦ୍ଧୁ ଓ ବନ୍ଧୁ ରୁପିନ୍ଦର ସିଂହ ସାନ୍ଧୁ ପଟିଆଲା କ୍ରସିଂର ଶେରନୱାଲେ ନିକଟରେ ମଝି ରାସ୍ତାରେ ତାଙ୍କ ଜିପ୍ସୀ ଗାଡ଼ି ପାର୍କ କରିଥିଲେ।
୬୫ ବର୍ଷୀୟ ଗୁରନାମ କାର ନେଇ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ଏବଂ ସେମାନଙ୍କୁ ମଝି ରାସ୍ତାରୁ ଗାଡ଼ି ହଟାଇବାକୁ କହିଥିଲେ। ଏହାପରେ ତର୍କ ବିତର୍କ ହେବା ପରେ ସିଦ୍ଧୁ ବୟସ୍କ ବ୍ୟକ୍ତିଙ୍କୁ ମାର୍ପିଟ୍ କରିବା ସହ ତାଙ୍କୁ ଗୁରୁତର କରିଦେଇଥିଲେ। କେବଳ ସେତିକି ନୁହେଁ, ନିଷ୍ଠୁରଙ୍କ ଭଳି ବ୍ୟକ୍ତିଙ୍କ ଗାଡ଼ିରୁ ଚାବି କାଢ଼ି ନେଇ ସେଠାରୁ ପଳାଇଯାଇଥିଲେ। ଯାହାଫଳରେ ବ୍ୟକ୍ତି ଡାକ୍ତରଖାନା ଯାଇପାରି ନଥିଲେ। ପରେ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।