ଶୌଚ ହେବାକୁ ଯାଇ ଭାଲୁ ସହ ମୁହାଁମୁହିଁ, ୨ ଆହତ

କେନ୍ଦୁଝର,୩୦/୧୧(ଆପ୍ର):କେନ୍ଦୁଝର ବନଖଣ୍ଡ, ସାଦର ରେଞ୍ଜ,ନେଲୁଙ୍ଗ ମୁଣ୍ଡାସାହିରେ ବୁଧବାର ଭାଲୁ ଆକ୍ରମଣରେ ଦୁଇଜଣ ଆହତ ହୋଇଛନ୍ତି। ଆହତମାନେ ହେଳେ ନେଲୁଙ୍ଗ ମୁଣ୍ଡା ସାହିର ସ୍ବର୍ଗତ ଧନେଶ୍ୱର ମୁଣ୍ଡାଙ୍କ ପୁଅ ବାବୁଲି ମୁଣ୍ଡା,(୨୫) ଓ ରମେଶ ମୁଣ୍ଡାଙ୍କ ପୁଅ କହ୍ନେଇ ମୁଣ୍ଡା (୨୬) ।
ବାବୁଲି ଏବଂ କହ୍ନେଇ ସ୍ଥାନୀୟ ନୂଆବନ୍ଧକୁ ଶୌଚ ହେବାକୁ ବୁଧବାର ସକାଳେ ଯାଇଥିବା ବେଳେ ଭାଲୁ ସହ ମୁହାଁ ମୁହିଁ ହୋଇଥିଲେ। ଭାଲୁଟି ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଭାଲୁ ସହ ଧରା ଧରି ହୋଇ ଚିତ୍କାର କରିବାରୁ ସ୍ଥାନୀୟ ଗ୍ରାମ ବାସୀ ଘଟଣା ସ୍ଥଳରେ ପହଞ୍ଚି ଭାଲୁକୁ ଘଉଡାଇଥିଲେ। ଭାଲୁଟି ନେଲୁଙ୍ଗ ଜଙ୍ଗଲକୁ ଚାଲି ଯାଇଛି । ତେବେ ଭାଲୁ ଟି ଆକ୍ରମଣ କରି ଜାକେଟ ଛଡ଼ାଇ ନେଇଥିବା ଆହତ ମାନେ ପ୍ରକାଶ କରିଛନ୍ତି। ଜଙ୍ଗଲ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କର ଯାଉଛି।