PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ବାୟୁସେନାର ୨ ଫାଇଟର୍‌ ଜେଟ୍‌ ପରସ୍ପର ଧକ୍କା ପରେ ଲାଗିଲା ନିଆଁ, ମିରାଗ୍ ପାଇଲଟଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଉଦ୍ଧାର

  • ମୃତକ ପାଇଲଟ୍‌ ମିରାଗ୍-୨୦୦୦ ଚାଳକ
  • ଶେଷ ମୂହୁର୍ତ୍ତରେ ଇଜେକ୍ଟ କରି ବର୍ତ୍ତିଗଲେ Su-30ର ୨ ପାଇଲଟ୍
  • ତଦନ୍ତ ନିର୍ଦ୍ଦେଶ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଭୋପାଳ ୨୮/ ୦୧: ମଧ୍ୟ ପ୍ରଦେଶର ଗ୍ବାଲିୟରରେ ଭାରତୀୟ ବାୟୁସେନାର ଦୁଇ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାୟୁସେନାର ଦୁଇ ଫାଇଟର ଜେଟ୍‌ ସୁଖୋଇ Su-30 ଓ Mirage 2000 ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଛି । ମୃତକ ପାଇଲଟ୍‌ Mirage 2000ର ଚାଳକ ଥିଲେ । ସେହିଭଳି ସୁଖୋଇ Su-30ରେ ଦୁଇ ଜଣ ପାଇଲଟ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବାୟୁସେନାର ଦୁଇ ବିମାନ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ଗୋଟିଏ ଏୟାରକ୍ରାପ୍ଟ ମଧ୍ୟ ପ୍ରଦେଶର ମୋରେନା ଜିଲ୍ଲାରେ ଖସିପଡିଥିବା ବେଳେ ଅନ୍ୟଟି ରାଜସ୍ଥାନର ଭରତପୁର ଜିଲ୍ଲା ପର୍ଯ୍ୟନ୍ତ ଯାଇ ଖସିପଡିଥିଲା । ଦୁର୍ଘଟଣାକୁ ନେଇ ମୋରେନା ଏସପି କହିଛନ୍ତି, ଗୋଟିଏ ଫାଇଟର୍‌ ଜେଟ୍‌ରେ ଦୁଇ ଜଣ ପାଇଲଟ୍ ଥିବା ବେଳେ ସେମାନେ ବର୍ତ୍ତିଯାଇଛନ୍ତି । କିନ୍ତୁ ମିରାଜ୍-୨୦୦୦ ର ପାଇଲଟଙ୍କ ଦୁର୍ଭାଗ୍ୟଜନକ ଭାବେ ମୃତ୍ୟୁ ହେବା ସହିତ ଶରୀରର ଖଣ୍ଡ ବିଖଣ୍ଡିତ ଅଂଶ ମିଳିିଛି ।

ଭାରତୀୟ ବାୟୁସେନାର ଦୁଇ ବିମାନ କ୍ରାସ୍‌ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ କହିଛନ୍ତି, ‘ବାୟୁସେବା ବିମାନ ଦୁର୍ଘଟଣାଗ୍ରସ୍ତ ହେବା ନେଇ ଖବର ମିଳିବା ପରେ ଆଇଏଏଫ୍‌ ମୁଖ୍ୟ ଭି.ଆର. ଚୌଧୁରୀଙ୍କ ସହ କଥା ହୋଇଛି । ଘଟଣା ବାବଦରେ ଅଧିକ ତଦନ୍ତ ଜାରି ରହିଛି । ପ୍ରକୃତରେ କେଉଁ କାରଣ ପାଇଁ ବିମାନ ଦୁଇଟି ପରସ୍ପର ମଧ୍ୟରେ ଧକ୍କା ହେଲା ସେ ନେଇ ଅଧିକ ଅନୁସନ୍ଧାନ ଜାରି ରହିଛି’। ଗୁରୁତର ଦୁଇ ପାଇଲଟଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ମୃତକ ପାଇଲଟଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ଦୁର୍ଘଟଣା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛି ବାୟୁସେନା । ପ୍ରକୃତରେ ବିମାନ ଦୁଇଟି ଆକାଶ ମାର୍ଗରେ ପରସ୍ପର ଧକ୍କା ହୋଇଛନ୍ତି କିମ୍ବା ଅନ୍ୟ କିଛି କାରଣ ରହିଛି ସେ ନେଇ ବ୍ଲାକବକ୍ସ ମିଳିବା ପରେ ଯାଇ ଜଣାପଡିବ । ବାୟୁସେନା ବିମାନ କ୍ରାସ୍‌ ପରେ ମୋରେନା ଜିଲ୍ଲାପାଳ କହିଛନ୍ତି, ଦୁର୍ଘଟଣା ଭୋର ୫.୩୦ରେ ଘଟିଥିଲା । Su-30 ଏୟାରକ୍ରାପ୍ଟ ତଳେ ଖସିପଡିବା ପୂର୍ବରୁ ଦୁଇ ପାଇଲଟ୍‌ ଇଜେକ୍ଟ କରିବାକୁ ସକ୍ଷମ ହୋଇଥିଲେ ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, Su-30 ଏବଂ ମିରାଜ୍-୨୦୦୦ ମଧ୍ୟରେ ଧକ୍କା ପରେ ସେହିଠାରେ ହିଁ ଖସିପଡିଥିଲା ମିରାଜ୍‌ । କିନ୍ତୁ ସୁଖୋଇର Su-30 ବିମାନ ପ୍ରାୟ ୧୦୦କିମି ଯିବା ପରେ ରାଜସ୍ଥାନର ଭରତପୁରରେ ଯାଇ ପଡିଥିଲା । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । କାରଣ ପରସ୍ପର ଧକ୍କା ପରେ ଗୋଟିଏ ବିମାନ ୧୦୦କିମି ପର୍ଯ୍ୟନ୍ତ ଉଡିବା ଏବଂ ତା’ପରେ ଖସିପଡିବା ସମସ୍ତଙ୍କୁ ଚକିତ କରିଛି । ତେଣୁ ବାୟୁସେନା ଘଟଣାର ତଦନ୍ତ ଜାରି ରଖିଛି । ବ୍ଲାକବକ୍ସ ମିଳିବା ପରେ ଯାଇ ଦୁର୍ଘଟଣାର ସତ୍ୟାସତ୍ୟ ଜଣାପଡିବ ।

ସମ୍ବନ୍ଧିତ ଖବର