ତାସ ଖେଳକୁ ନେଇ ହାତାହାତି, ୨ ଗିରଫ

ଖଲ୍ଲିକୋଟ – ତାସ ଖେଳରେ ଗଣ୍ଡଗୋଳ । ଖଲ୍ଲିକୋଟ ଥାନା ଅନ୍ତର୍ଗତ ତାଳପଡା ଗ୍ରାମରେ ଏହି ଘଟଣା ଘଟିଛି। ତାସ ଖେଳରେ ହାର୍ ଜିତକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ହାତାହାତି ହୋଇ ଆହତ ହୋଇଛନ୍ତି। ଦୁଇ ଜଣଙ୍କୁ ପୋଲିସ ଗିରଫ କରି ଜେଲକୁ ପଠାଇ ଦେଇଛି।
ମିଳିଥିବା ସୂଚନା ଅନୁସାରେ, ତାଳପଡା ଗ୍ରାମରେ ତାସ ଖେଳ ଚାଲିଥିବା ବେଳେ ହାର ଜିତ୍କୁ ନେଇ ସେହି ଗ୍ରାମର ଚିତ୍ରସେନ ପାହାନ ଓ ହରି ସାହୁଙ୍କ ମଧ୍ୟରେ ହାତାହାତି ହୋଇଥିଲା। ହାତାହାତିରେ ଚିତ୍ରସେନଙ୍କ ମୁଣ୍ଡ ଫାଠି ଥିବା ବେଳେ ହରି ସାହୁଙ୍କ ହାତରେ ଆଘାତ ଲାଗିଥିଲା । ଆହତ ଦୁଇ ଜଣ ପରସ୍ପର ବିରୋଧରେ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିବା ପରେ ଥାନା କେସ ନମ୍ବର ୬୪ ଏବଂ ୬୫/୨୦୨୩ ଅନୁଯାୟୀ ମାମଲା ରୁଜ୍ଜୁ କରିବା ସହ ତଦନ୍ତ କରାଯାଇ ଚିତ୍ରସେନ ପାହାନ ଓ ହରି ସାହୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏନେଇ ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି।