ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ଅଘଟଣ : ଦୀର୍ଘ ୩୬ ଘଣ୍ଟା ପରେ ଭଗ୍ନାବଶେଷ ତଳୁ ୨ ମୃତଦେହ ଉଦ୍ଧାର

Published By : Rasmita Pradhan | January 18, 2025 8:45 AM

ରାଜଗାଙ୍ଗପୁର, ୧୮/୦୧ : ସିମେଣ୍ଟ ପ୍ଲାଣ୍ଟରେ କୋଇଲା ହପର୍ ଭୁଶୁଡ଼ିବା ଘଟଣା। ଭଗ୍ନାବଶେଷ ତଳୁ ମିଳିଲା ୨ ଶ୍ରମିକଙ୍କ ମୃତଦେହ। ଦୀର୍ଘ ୩୬ ଘଣ୍ଟା ପରେ ୨ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଅନ୍ୟ ଜଣେ ଶ୍ରମିକଙ୍କ ପତ୍ତା ଏଯାଏଁ ମିଳିନି। ସେପଟେ ପ୍ଲାଣ୍ଟ ସମ୍ମୁଖରେ ୩ ଶ୍ରମିକଙ୍କ ପରିବାର ସହ ଅଞ୍ଚଳବାସୀ ଧାରଣା ଦେଇଛନ୍ତି। 

ଅଧିକ ପଢନ୍ତୁ-ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ରହିବ ଶୀତର ପ୍ରକୋପ, ୩ ଦିନ ଯାଏ ୯ ଜିଲ୍ଲାକୁ କୁହୁଡ଼ି ଆଲର୍ଟ

ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟାରେ ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ କାରଖାନାର ବଙ୍କରରେ ଦୁର୍ଘଟଣା ଘଟିଥିଲା। ହଠାତ୍‌ ପାୱାର ପ୍ଲାଣ୍ଟର ବଏଲର ନିକଟରେ ଥିବା ୫୦୦ ଟନ୍‌ କ୍ଷମତା ବିଶିଷ୍ଟ କୋଇଲା ବଙ୍କରର ଦୁଇଟି ହପର ଭୁଶୁଡ଼ି ପଡ଼ିଥିଲା । ଗୋଟିଏ ହପର ସମ୍ପୂର୍ଣ୍ଣ ଏବଂ ଅନ୍ୟଟି ଆଂଶିକ ଭୁଶୁଡ଼ିଥିଲା । ଫଳରେ ହପରରେ ଗଚ୍ଛିତ ଶହ ଶହ ଟନ କୋଇଲା ତଳେ କାର୍ଯ୍ୟରତ କେତେଜଣ କର୍ମଚାରୀ ପୋତି ହୋଇ ଯାଇଥିଲେ। ଦୁର୍ଘଟଣାର ୫ ଘଣ୍ଟା ପରେ ୩ଜଣ କର୍ମଚାରୀ ନିଖୋଜ ଥିବା ତହସିଲଦାର ସ୍ପଷ୍ଟ କରିଥିଲେ । ଫିଟରମ୍ୟାନ୍‌ ରାଜଗାଙ୍ଗପୁର ମଧୁସୂଦନ କଲୋନିରେ ରହୁଥିବା ଦଶରଥ ପାତ୍ର (୪୨),  ଆଇଟି କଲୋନି ନିବାସୀ ରଞ୍ଜିତ ଭୋଳ (୩୨)  ଏବଂ ବଏଲର ଅପରେଟର ସୁଶାନ୍ତ ରାଉତ  (୫୫) ନିଖୋଜ ଥିଲେ।

ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ବିଭାଗର ଉପନିର୍ଦ୍ଦେଶକଙ୍କ ଉପସ୍ଥିତିରେ ୨ ଓଡ୍ରାଫ ଟିମ୍‌ ଓ ୪ ଅଗ୍ନିଶମ ଟିମ୍‌ର ପ୍ରାୟ ୧୦୦ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ହପର ଲୁହା ଷ୍ଟ୍ରକଚରକୁ କଟାଯାଇ ଦୀର୍ଘ ୩୬ ଘଣ୍ଟା ପରେ ୨ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେ ସୁଦ୍ଧା ଅନ୍ୟ ଜଣେ ଶ୍ରମିକ ନିଖୋଜ ଅଛନ୍ତି। ମୃତକଙ୍କ ପରିଚୟ ମିଳିପାରି ନାହିଁ। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.