ସମ୍ବଲପୁର, ୧୯।୨ : ସମ୍ବଲପୁର ପୁଲିସ ହାତରେ ବଡ଼ ସାଇବର ଗ୍ୟାଙ୍ଗ । ମ୍ୟୁଲ୍ ଆକାଉଣ୍ଟ ମାମଲାରେ ବିଭିନ୍ନ ଥାନାରେ ୫୨ ଜଣ ଅଭିଯୁକ୍ତ ଅଟକ ଅଛନ୍ତି । ୧୪୦ ଟି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପରେ ସବୁ ଆକାଉଣ୍ଟ କୁ ଫ୍ରୀଜ କରାଯିବ। ଏଥି ସହ ୨୦୨୪ ଏବଂ ୨୦୨୫ ଆର୍ଥିକ ବର୍ଷରେ ୧୧୦ କୋଟି ଟଙ୍କା ଟ୍ରାନଜିକ୍ସନ ହୋଇଥିବା ସମ୍ବଲପୁର ଏସପି କହିଛନ୍ତି ।
ଏସପିଙ୍କ ତତ୍ବାବଧାନରେ ସ୍ୱତନ୍ତ୍ର ଟିମରେ ରହିଛନ୍ତି ୨ ଜଣ ଅତିରିକ୍ତ ଏସପି, ଜଣେ ଡିଏସପି ଓ ୧୪ ଜଣ ଆଇଆଇସି । ୧୪ ଟି ଥାନା ଅଞ୍ଚଳରୁ ଏହି ୫୨ ଜଣ ଅଟକ ଥିବାବେଳେ ୨୦ ଜଣ ଗିରଫ ହୋଇଛନ୍ତି । ୩୨ ଜଣଙ୍କୁ ନୋଟିସ ରେ ଛଡା ଯାଇଥିବା ଏସପି ମୁକେଶ ଭାମୁ କହିଛନ୍ତି । ଏହି ଗିରଫ ମାନଙ୍କ ମଧ୍ୟରେ ୫ ଜଣ ଏଜେଣ୍ଟ ଓ ବାକି ଆକାଉଣ୍ଟ ଭଡାରେ ଲଗାଇଥିବା ଲୋକ ଅଛନ୍ତି ବୋଲି ଏସପି କହିଛନ୍ତି।