ପ୍ରମୂଖ ଖବର
  • ଭୁବନେଶ୍ୱର : ସହି ପାରିଲେନି ଘର ମାଲିକଙ୍କ ନିର୍ଯାତନା, ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ
  • ||
  • ମୟୂରଭଞ୍ଜ : ସୋନ ଡ୍ୟାମ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ରାଜଧାନୀରେ ଚେନ୍‌ ସ୍ନାଚର୍‌ଙ୍କ ଆତଙ୍କ: ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଲୁଟ୍‌, ସିସିଟିଭି ଯାଞ୍ଚ କରୁଛି ପୋଲିସ

Published By : Harapriya Sethi | March 21, 2025 9:12 AM

ଭୁବନେଶ୍ୱର, ୨୧/୦୩: ରାଜଧାନୀରେ ପୁଣି ମାତିଲେ ଚେନ୍‌ ସ୍ନାଚର୍‌ । ଗୋଟିଏ ଦିନରେ ଦୁଇଟି ସ୍ଥାନରୁ କରିଲେ ଲୁଟ୍‌ । ଦିନ ଦ୍ୱିପ୍ରହରରେ ବେକରୁ ଝାମ୍ପିନେଲେ ପାଖାପାଖି ୧୦ ଲକ୍ଷ ଟଙ୍କାର ସୁନା ଚେନ୍‌ । ଏହି ଲୁଟ୍‌ ଭୁବନେଶ୍ୱରର ବଡ଼ଗଡ଼ ଅଞ୍ଚଳର ବିପିନ ବିହାରୀ ପାତ୍ରଙ୍କ ଠାରୁ ହୋଇଥିବା ବେଳେ ଦ୍ୱିତୀୟ ଲୁଟ୍‌ଟି ପଳାଶୁଣୀ ଛକ ନିକଟରୁ ହେଇଛି । 

ସରକାରୀ ଚାକିରି ନାଁରେ ଠକେଇ କରୁଥିଲେ ଶିକ୍ଷକ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ସୂଚନା ମୁତାବକ, ରାଜଧାନୀରେ ଉତ୍ପାତ ହେଲେଣି ଲୁଟେରା । ଗୋଟିଏ ଦିନରେ ଦୁଇ ଦୁଇଟି ସ୍ଥାନରୁ ଲୁଟି ନେଲେ ସୁନା ଚେନ୍‌ । ପ୍ରଥମ ଲୁଟ୍‌ ବଡ଼ଗଡ଼ ଅଞ୍ଚଳରୁ ହୋଇଛି । ବଡ଼ଗଡ଼ ଅଞ୍ଚଳର ବିପିନ ବିହାରୀ ପାତ୍ର ଗୁରୁବାର ସକାଳ ସମୟରେ ବିଡିଏ ପାର୍କ ନିକଟସ୍ଥ ଏକ ପୂଜା ସାମଗ୍ରୀ ଦୋକାନକୁ ଯାଇଥିଲେ । ସେଠାରୁ ପୂଜା ସାମଗ୍ରୀ କିଣି ଗାଡ଼ି ଷ୍ଟାର୍ଟ କରିବା ବେଳେ ଏହି ଲୁଟ୍‌ ହୋଇଛି । ରାସ୍ତାର ରଙ୍ଗ୍‌ ସାଇଡ୍‌ରେ ଦୁଇଜଣ ଦୁର୍ବୃତ୍ତ ଏକ ପଲ୍ସର୍‌ ବାଇକ୍‌ରେ ଆସି ବ୍ୟକ୍ତିଙ୍କ ବେକରୁ ଦୁଇଟି ସୁନା ଚେନ୍‌ ଝାମ୍ପି ନେଇଥିଲେ । ଏନେଇ ବ୍ୟକ୍ତି ଜଣକ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି ।

ସେପଟେ ପଳାଶୁଣୀ ଛକରେ ଆଉ ଏକ ଲୁଟ୍‌ ହୋଇଛି । ମହିଳା ଜଣକ ଫର୍ଚୁନର୍‌ କାର୍‌ ଭିତରେ ବସିଥିବା ବେଳେ କାର୍‌ର ୱିନ୍‌ଡୋ ଖୋଲା ଥିଲା । ଏହି ସମୟରେ ଦୁଇ ଲୁଟେରା ଏକ ଆପାଚି ବାଇକ୍‌ରେ ଆସି ମହିଳାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଥିଲେ । ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ପୋଲିସ ତଦନ୍ତ ଆରମ୍ଭ କରିଛି । ଲୁଟ୍‌ ହୋଇଥିବା ସ୍ଥାନର ଆଖପାଖରେ ଲାଗିଥିବା ସମସ୍ତ ସିସିଟିଭିକୁ ଯାଞ୍ଚ କରୁଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.