ପ୍ରମୂଖ ଖବର
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ସରକାରୀ ଚାକିରି ନାଁରେ ଠକେଇ କରୁଥିଲେ ଶିକ୍ଷକ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

Published By : Harapriya Sethi | March 21, 2025 9:35 AM

ଭୁବନେଶ୍ୱର,୨୧/୦୩: ପରିବା ବିକ୍ରି କରିବା ଭଳି ଚାକିରି ବିକୁଥିଲେ ଶିକ୍ଷକ। ବେକାର ଯୁବକ ଯୁବତୀଙ୍କୁ ଚାକିରି କରାଇ ଦେବେ ବୋଲି ଦେଉଥିଲେ ପ୍ରତିଶୃତି । ଶିକ୍ଷକ ସାଜିଥିଲେ ମାଷ୍ଟରମାଇଣ୍ଡ । ଜଣେ ବରିଷ୍ଠ ଆଇଏଏସଙ୍କ ଛଦ୍ମ ନାମ ନେଇ ଶିକ୍ଷକ କରୁଥିଲେ ଠକେଇ। ଶେଷରେ ଧରା ପଡ଼ିଗଲେ ଶିକ୍ଷକ । ଖୁଣ୍ଟା ପୋଲିସ ଠକେଇ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଶିକ୍ଷକ ମନୋଜ ଆଚାର୍ଯ୍ୟଙ୍କ ସମେତ ଉଦଳା ଅଞ୍ଚଳର ଇଞ୍ଜିନିଅର ଦିଲ୍ଲୀପ ଜେନା ଏବଂ ବାରିପଦା କାଳିକାପୁର ଗ୍ରାମର ଲୋହିତଶ ଜେନାଙ୍କୁ ଗିରଫ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ରାଜଧାନୀରେ ଚେନ୍‌ ସ୍ନାଚର୍‌ଙ୍କ ଆତଙ୍କ: ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଲୁଟ୍‌, ସିସିଟିଭି ଯାଞ୍ଚ କରୁଛି ପୋଲିସ

ସୂଚନା ମୁତାବକ, ଉଦଳା ଥାନା ବୈରାଟପୁର ସ୍କୁଲର ସହକାରୀ ଶିକ୍ଷକ ଭାବେ କାମ କରନ୍ତି ମନୋଜ ଆଚାର୍ଯ୍ୟ । ସେ ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷ ଲକ୍ଷ ଠକି ଆସୁଥିଲେ । ଗତବର୍ଷ ଡିସେମ୍ବର ମାସରେ ଖୁଣ୍ଟା ବ୍ଲକରେ କାର୍ଯ୍ୟରତ ଏବିଇଓ ବୃନ୍ଦାବନ ମାରାଣ୍ଡିଙ୍କ ପୁତୁରାକୁ ଜିଆରଏସ ଚାକିରି କରାଇଦେବେ ବୋଲି ୧ ଲକ୍ଷ ୩୦ ହଜାର ଟଙ୍କା ଆଗୁଆ ନେଇଥିଲେ । ଚାକିରି ପରେ ବାକି ୪୦ ହଜାର ଟଙ୍କା ନେବା କଥା। ହେଲେ ଚାକିରି ନ ହେବାରୁ ଏବଂ ଶିକ୍ଷକ ମନୋଜ ଆଚାର୍ଯ୍ୟ ଧରାଛୁଆଁ ନ ଦେବାରୁ ଏ ନେଇ ଖୁଣ୍ଟା ଥାନାରେ ଏବିଇଓ ଅଭିଯୋଗ କରିଥିଲେ । ଏଭିଯୋଗ କରିବା ପରେ ପୋଲିସ ଗୁରୁବାର ରାତିରେ ଠକେଇ ଘଟଣାରେ ଶିକ୍ଷକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି । ଶିକ୍ଷକଙ୍କ ସହିତ ଉଦଳା ଅଞ୍ଚଳର ଇଞ୍ଜିନିଅର ଦିଲ୍ଲୀପ ଜେନା ଏବଂ ବାରିପଦା କାଳିକାପୁର ଗ୍ରାମର ଲୋହିତଶ ଜେନାଙ୍କୁ ଗିରଫ କରିଛି । ସେମାନଙ୍କୁ ପଚରାଉଚରା ସମୟରେ ସେମାନେ ସରକାରୀ ଚାକିରୀ କରାଇ ଦେବା ପାଇଁ ଉଦଳା, ଖୁଣ୍ଟା, ବାରିପଦା ଏବଂ ଝାରପୋଖରୀଆ ଥାନା ଅଞ୍ଚଳରୂ ପ୍ରାୟ ୧୫ ରୁ ଅଧିକ ଯୁବକଙ୍କ ନିକଟରୁ ଠକିଛନ୍ତି । ଜଣେ ବରିଷ୍ଠ ଆଇଏଏସ ଅଫିସରଙ୍କ ନାମ ନେଇ ଶିକ୍ଷକ ମନୋଜ ଆଚାର୍ଯ୍ୟ ଏହି ଠକାମୀ ଚଳେଇ ଥିଲେ। ଯାହାକି ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକିଥିବା ପୋଲିସ ଜାଣିବାକୁ ପାଇଛି। ରେଲୱେ, ଜିଆରଏସ, ପୋଲିସ ସହିତ ବିଭିନ୍ନ ଆଉଟସୋର୍ସିଙ୍ଗରେ ଚାକିରି କରାଇ ଦେବାକୁ କହି ଠକୁଥିବା ବେଳେ ଏହି ଠକାମୀରେ ଆହୁରି ଅନେକଙ୍କ ସମ୍ପୃକ୍ତି ଥିବା ପୋଲିସ କହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.