ଭୁବନେଶ୍ୱର,୨୧/୦୩: ପରିବା ବିକ୍ରି କରିବା ଭଳି ଚାକିରି ବିକୁଥିଲେ ଶିକ୍ଷକ। ବେକାର ଯୁବକ ଯୁବତୀଙ୍କୁ ଚାକିରି କରାଇ ଦେବେ ବୋଲି ଦେଉଥିଲେ ପ୍ରତିଶୃତି । ଶିକ୍ଷକ ସାଜିଥିଲେ ମାଷ୍ଟରମାଇଣ୍ଡ । ଜଣେ ବରିଷ୍ଠ ଆଇଏଏସଙ୍କ ଛଦ୍ମ ନାମ ନେଇ ଶିକ୍ଷକ କରୁଥିଲେ ଠକେଇ। ଶେଷରେ ଧରା ପଡ଼ିଗଲେ ଶିକ୍ଷକ । ଖୁଣ୍ଟା ପୋଲିସ ଠକେଇ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଶିକ୍ଷକ ମନୋଜ ଆଚାର୍ଯ୍ୟଙ୍କ ସମେତ ଉଦଳା ଅଞ୍ଚଳର ଇଞ୍ଜିନିଅର ଦିଲ୍ଲୀପ ଜେନା ଏବଂ ବାରିପଦା କାଳିକାପୁର ଗ୍ରାମର ଲୋହିତଶ ଜେନାଙ୍କୁ ଗିରଫ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ରାଜଧାନୀରେ ଚେନ୍‌ ସ୍ନାଚର୍‌ଙ୍କ ଆତଙ୍କ: ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଲୁଟ୍‌, ସିସିଟିଭି ଯାଞ୍ଚ କରୁଛି ପୋଲିସ

ସୂଚନା ମୁତାବକ, ଉଦଳା ଥାନା ବୈରାଟପୁର ସ୍କୁଲର ସହକାରୀ ଶିକ୍ଷକ ଭାବେ କାମ କରନ୍ତି ମନୋଜ ଆଚାର୍ଯ୍ୟ । ସେ ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷ ଲକ୍ଷ ଠକି ଆସୁଥିଲେ । ଗତବର୍ଷ ଡିସେମ୍ବର ମାସରେ ଖୁଣ୍ଟା ବ୍ଲକରେ କାର୍ଯ୍ୟରତ ଏବିଇଓ ବୃନ୍ଦାବନ ମାରାଣ୍ଡିଙ୍କ ପୁତୁରାକୁ ଜିଆରଏସ ଚାକିରି କରାଇଦେବେ ବୋଲି ୧ ଲକ୍ଷ ୩୦ ହଜାର ଟଙ୍କା ଆଗୁଆ ନେଇଥିଲେ । ଚାକିରି ପରେ ବାକି ୪୦ ହଜାର ଟଙ୍କା ନେବା କଥା। ହେଲେ ଚାକିରି ନ ହେବାରୁ ଏବଂ ଶିକ୍ଷକ ମନୋଜ ଆଚାର୍ଯ୍ୟ ଧରାଛୁଆଁ ନ ଦେବାରୁ ଏ ନେଇ ଖୁଣ୍ଟା ଥାନାରେ ଏବିଇଓ ଅଭିଯୋଗ କରିଥିଲେ । ଏଭିଯୋଗ କରିବା ପରେ ପୋଲିସ ଗୁରୁବାର ରାତିରେ ଠକେଇ ଘଟଣାରେ ଶିକ୍ଷକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି । ଶିକ୍ଷକଙ୍କ ସହିତ ଉଦଳା ଅଞ୍ଚଳର ଇଞ୍ଜିନିଅର ଦିଲ୍ଲୀପ ଜେନା ଏବଂ ବାରିପଦା କାଳିକାପୁର ଗ୍ରାମର ଲୋହିତଶ ଜେନାଙ୍କୁ ଗିରଫ କରିଛି । ସେମାନଙ୍କୁ ପଚରାଉଚରା ସମୟରେ ସେମାନେ ସରକାରୀ ଚାକିରୀ କରାଇ ଦେବା ପାଇଁ ଉଦଳା, ଖୁଣ୍ଟା, ବାରିପଦା ଏବଂ ଝାରପୋଖରୀଆ ଥାନା ଅଞ୍ଚଳରୂ ପ୍ରାୟ ୧୫ ରୁ ଅଧିକ ଯୁବକଙ୍କ ନିକଟରୁ ଠକିଛନ୍ତି । ଜଣେ ବରିଷ୍ଠ ଆଇଏଏସ ଅଫିସରଙ୍କ ନାମ ନେଇ ଶିକ୍ଷକ ମନୋଜ ଆଚାର୍ଯ୍ୟ ଏହି ଠକାମୀ ଚଳେଇ ଥିଲେ। ଯାହାକି ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକିଥିବା ପୋଲିସ ଜାଣିବାକୁ ପାଇଛି। ରେଲୱେ, ଜିଆରଏସ, ପୋଲିସ ସହିତ ବିଭିନ୍ନ ଆଉଟସୋର୍ସିଙ୍ଗରେ ଚାକିରି କରାଇ ଦେବାକୁ କହି ଠକୁଥିବା ବେଳେ ଏହି ଠକାମୀରେ ଆହୁରି ଅନେକଙ୍କ ସମ୍ପୃକ୍ତି ଥିବା ପୋଲିସ କହିଛି।