ପ୍ରମୂଖ ଖବର
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଖେଳୁଥିବା ବେଳେ ପୋଖରୀରେ ପଡି ୨ ଶିଶୁ ମୃତ

Published By : Suraj Kumar | April 26, 2025 7:42 PM

ନିଶ୍ଚିନ୍ତକୋଇଲି,୨୬।୪   : ଘର ଆଗରେ ଥିବା ପୋଖରୀ ନିକଟରେ  ଖେଳୁଥିଲେ ୨ ଶିଶୁ । ହଠାତ ପୋଖରୀରେ ପଡିଯାଇ ପାଣିରେ ବୁଡି ୨ ଶିଶୁଙ୍କ ମୃତ୍ୟୁ ଘଟିଛି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ଗାଁରେ ଏଭଳି ଘଟଣା ଘଟିଛି। ମୃତ ୨ ଶିଶୁ ହେଲେ ରାମକୃଷ୍ଣପୁର ଗାଁ ର ଦିଲୀପ ସାହୁଙ୍କ ଦୁଇ ବର୍ଷର ଶିଶୁ ପୁତ୍ର କାମେଶ୍ୱର ସାହୁ ଏବଂ ଓସ୍ତପୂର ବାସିନ୍ଦା ବଳରାମ ସାହୁଙ୍କ ଚାରି ବର୍ଷର ଶିଶୁ କନ୍ୟା ଭାଗ୍ୟଲକ୍ଷ୍ମୀ ସାହୁ ।

ବଳରାମଙ୍କ ଝିଅ ଭାଗ୍ୟଲକ୍ଷ୍ମୀ ନିଜ ମଉସା ଘରକୁ ଆସିଥିଲେ। କାମେଶ୍ୱର ସାହୁ ଓ ଭାଗ୍ୟଲକ୍ଷ୍ମୀ ସାହୁ ପୋଖରୀ ନିକଟରେ ଖେଳୁଥିବା ବେଳେ ପାଣିରେ ପଡିଯାଇଥିଲେ। ପରିବାର ଲୋକ ଏହା ଦେଖି ସେମାନଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.