PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବେ ପାକିସ୍ତାନର ଦୁର୍ବଳ ଅର୍ଥନୀତିକୁ ବଞ୍ଚାଇବେ ଗଧ ଓ କୁକୁର ! ଚୀନ୍‌କୁ ଯୋଗାଇବାକୁ ଶହବାଜ୍ ସରକାରଙ୍କ ପ୍ରସ୍ତୁତି…
  • ||
  • ଦିଲ୍ଲୀ ସିଂହାସନ ଉପରେ କେସିଆର୍‌ଙ୍କ ଆଖି; ନିଜ ଆଂଚଳିକ ଦଳକୁ ଭାଙ୍ଗି ଗଢିଲେ ଜାତୀୟ ଦଳ, TRS ବଦଳରେ ରଖିଲେ BRS…
  • ||
  • ସମ୍ଵଲପୁର : ବଙ୍ଗାଲିପଡାରେ ଧୁମଧାମ୍‌ରେ ଚାଲିଛି ମାଆଙ୍କ ସିନ୍ଦୂର ଖେଳ ପର୍ବ, ସ୍ୱାମୀଙ୍କ ଦୀର୍ଘାୟୁ କାମନା କରୁଛନ୍ତି ସଧବା
  • ||
  • ଭୁବନେଶ୍ଵର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗିରହିଛି ବର୍ଷା, ୧୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • ପୁରୀ : ଶ୍ରୀମନ୍ଦିରରେ ପାଳନ ହେଉଛି ଦଶହରା, ରାଜରାଜଶ୍ୱେର ବେଶରେ ସୁସଜ୍ଜିତ ହେବେ ମହାପ୍ରଭୁ
  • ||
  • ହରଭଙ୍ଗା : ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ୩ ସଦସ୍ୟ ମୃତ
  • ||
  • ବିଜୟାଦଶମୀ ଅବସରରେ ମୋହନ ଭାଗବତଙ୍କ ଚେତାବନୀ : ‘ଦେଶର ଜନସଂଖ୍ୟା ଅସନ୍ତୁଳିତ ହେଲେ ବିଗିଡ଼ିବ ଭୌଗୋଳିକ ରୂପରେଖ’
  • ||
  • ଯାଜପୁର : ଚୋରକୁ କାବୁ କରି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ, ଭିଡିଓ ଭାଇରାଲ୍
  • ||

ପୁରୀରେ ଦୁଇଟି ସିଏନ୍‌ଜି ଷ୍ଟେସନ ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ: ୧୯ ଜିଲ୍ଲାରେ ପାଇପ୍‌ରେ ମିଳିବ ଗ୍ୟାସ: ଧର୍ମେନ୍ଦ୍ର

ପୁରୀ,୨୮ା୨(ବ୍ୟୁରୋ): ପୁରୀର ବାଲୁଖଣ୍ଡ ଏବଂ ଉତ୍ତରା ଛକ ନିକଟରେ ଦୁଇଟି ସିଏନ୍‌ଜି ଷ୍ଟେସନର ଶୁଭ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ସାଢ଼େ ୫ ବର୍ଷରେ ଘରେ ଘରେ ପାଇପ୍‌ରେ ପାଣି ଆସିବା ଭଳି ଓଡ଼ିଶାର ୧୯ଟି ଜିଲ୍ଲାର ଅଧିବାସୀଙ୍କୁ ୨୪ ଘଣ୍ଟିଆ ରନ୍ଧନ ଗ୍ୟାସ ମିଳିବ । ଏ କାମ ପୁରୀ ସହରରେ ଶୀଘ୍ର ଆରମ୍ଭ ହେବ । ଗ୍ୟାସ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ଗେଲ୍‌) ପକ୍ଷରୁ ଶରଧାବାଲିଠାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ଶ୍ରୀ ପ୍ରଧାନ ଏହା କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ଖାଦ୍ୟ, ଜଳ, ପବନ, ବସ୍ତ୍ର ପରି ପେଟ୍ରୋଲ, ଡିଜେଲ, ଜାଳେଣି, ଇନ୍ଧନ, ବିଜୁଳି ମଧ୍ୟ ଅତ୍ୟାବଶ୍ୟକ ଜିନିଷ ହେଲାଣି । ଆଜିର ଯୁଗରେ ଇନ୍ଧନ ଓ ଉର୍ଜାର ଆବଶ୍ୟକତା ରହିଛି । ଉର୍ଜା ଧୀରେ ଧୀରେ ସ୍ୱଚ୍ଛ ହେବା ସହ ପ୍ରଦୂଷଣମୁକ୍ତ ଏବଂ ଶସ୍ତା ହେବା ଦରକାର । ଫଳରେ ଜଣେ ସାଧାରଣ ଲୋକ ଇନ୍ଧନକୁ ହାତପାଆନ୍ତାରେ ପାଇପାରିବ ।
ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି ସାରା ଭାରତ ବର୍ଷରେ ଗାଁକୁ ବିଜୁଳି ଯାଇପାରିଛି । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର କ୍ରିୟାନ୍ୱୟନ ମାଧ୍ୟମରେ ଆଜି ଘରେ ଘରେ ଏଲ୍‌ପିଜି ପହଞ୍ଚିଛି । ବର୍ତ୍ତମାନ ସମୟରେ ଯାନବାହନରେ ଯିବା ପାଇଁ ପେଟ୍ରୋଲ, ଡିଜେଲର ଆବଶ୍ୟକତା ହେଉଛି । ଭାରତବର୍ଷ ଏବଂ ପୃଥିବୀର ଅଗ୍ରଣୀ ଅଞ୍ଚଳରେ ପେଟ୍ରୋଲ, ଡିଜେଲ ବଦଳରେ ଧୀରେଧୀରେ ସ୍ୱଚ୍ଛ ଇନ୍ଧନ ଲଗାଇବାର କାମ ହୋଇସାରିଲାଣି ।
ଶ୍ରୀ ପ୍ରଧାନ କହିଛନ୍ତି, ବିଶ୍ୱସ୍ତରର କଳାକୌଶଳ ସହ ଗ୍ୟାସ ଅଧାରିତ ଅର୍ଥନୀତି ଭାରତକୁ ପରିଣତ କରିବାକୁ ପଡ଼ିବ । ଆଜି ଗ୍ୟାସ ଆଧାରିତ ଅର୍ଥନୀତି ଧାମରାରେ ୬ ହଜାର କୋଟି ଟଙ୍କା ଖର୍ଚ୍ଚ କରି ଗୋଟିଏ ଏଲ୍‌ଏନ୍‌ଜି ଟର୍ମିନାଲ କାମ ଦ୍ରୁତ ଗତିରେ ଚାଲିଛି । ବିଶ୍ୱ ଏବଂ ଭାରତର ବିଭିନ୍ନ ଅଞ୍ଚଳରୁ ଗ୍ୟାସ ଜାହାଜରେ ଧାମରା ବନ୍ଦରରେ ପହଞ୍ଚିବ । ଧାମରା ବନ୍ଦରରୁ ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଏବଂ ପୁରୀ ଭଳି ତୀର୍ଥକ୍ଷେତ୍ରକୁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ନାଁରେ ଗ୍ୟାସ ପହଞ୍ଚିବ । ଓଡ଼ିଶାରେ ପାଖାପାଖି ୭୭୦ କିମି ପାଇପ୍‌ଲାଇନ୍‌ ୪ ହଜାର କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ୧୩ଟି ଜିଲ୍ଲା ଦେଇ ଧାମରାରେ ଟର୍ମିନାଲ ହେବ । ଓଡ଼ିଶା ଦେଇ ଅଧା ଭାରତକୁ ଇନ୍ଧନ ପହଞ୍ଚିବ । ସେହି ପାଇପ୍‌ଲାଇନ୍‌ରେ କଟକ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ବରଗଡ଼, ଦେବଗଡ଼, ସମ୍ବଲପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ପୁରୀ, ନୟାଗଡ଼, ଗଞ୍ଜାମ ପ୍ରଭୃତି ୧୯ଟି ଜିଲ୍ଲାକୁ ପାଇପ୍‌ ଗ୍ୟାସ ପହଞ୍ଚିବ । ଏହାର କାମ ଆଜି ଏଠାରେ ଆରମ୍ଭ ହେଲା । କାର୍ଯ୍ୟକ୍ରମରେ ଗେଲ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ ।