PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ବନ୍ଧାହେଲେ ଦୁଇ ଡକାୟତ, ତରଳା ସୁନା, ୨ ଖଣ୍ଡା ଓ ବାଇକ୍‌ ଜବତ

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଜାତୀୟ ରାଜପଥରେ ଆତଙ୍କ ଖେଳାଉଥିବା ଦୁଇ ଡକାୟତଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଛି । ସେମାନେ ହେଲେ ପୁରୀ ଜିଲ୍ଲା ପିପିଲି କଂସେଇ ସାହି ମୁକାମଣ୍ଡପ ନିକଟର ଗୋଲୋ ଓରଫ ଅନ୍‌ସର ଖାନ୍‌ (୨୦) ଓ କଂସେଇସାହି କେନାଲବନ୍ଧର ବୁଲୁ ଓରଫ ଶାହାରୁଖ୍‌ ଖାନ୍‌ (୨୦) । ଉଭୟଙ୍କ ଠାରୁ ତରଳା ସୁନା, ଏକ ବାଇକ୍‌ ଓ ଦୁଇଟି ଖଣ୍ଡା ଜବତ ହୋଇଛି ।
ପୁଲିସ ସୂଚନା ଅନୁଯାୟୀ, ଜୟଦେବ ବିହାରରେ ରହୁଥିବା ସୁଜାତା କାନୁନ୍‌ଗୋ ଗତ ୨୩ ତାରିଖ ସକାଳେ ମର୍ଣ୍ଣିଂ ୱାକ୍‌ରେ ଯାଉଥିଲେ । ସେ ହୋଟେଲ୍‌ ସ୍ୱସ୍ତି ପ୍ରିମିୟମ୍‌ ସମ୍ମୁଖରେ ପହଞ୍ଚିଥିବା ବେଳେ ଦୁଇଟି ବାଇକ୍‌ରେ ୪ ଲୁଟେରା ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ବେକରୁ ସୁନାଚେନ୍‌ ଲୁଟି ନେଇ ପଳାଇଥିଲେ । ଏନେଇ ସୁଜାତା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଲୁଟ୍‌ ହୋଇଥିବା ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ନେଇ ଯାଞ୍ଚ ଚଳାଇଥିଲା । ସିସିଟିଭି ଫୁଟେଜ୍‌ରୁ ପୁଲିସ ଲୁଟେରାଙ୍କୁ ଚିହ୍ନଟ କରିଥିଲା । ଗତକାଲି ପୁଲିସ ପିପିଲିରେ ଚଢ଼ଉ କରି ଗୋଲୋ ଓ ବୁଲୁଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୦ ଗ୍ରାମ ତରଳା ସୁନା, ଏକ ବାଇକ୍‌ (ଓଆର୦୨ଏଡବ୍ଲ୍ୟୁ-୪୦୭୩) ଓ ଦୁଇଟି ଖଣ୍ଡା ଜବତ କରିଛି । ଉଭୟଙ୍କ ନାମରେ ରାଜଧାନୀ ଓ ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ଲୁଟ୍‌ପାଟ ଓ ଡକାୟତି ମାମଲା ରହିଥିବା ଜଣାପଡ଼ିଛି । ଆଜି ଗୋଲୋ ଓ ବୁଲୁଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ସେମାନଙ୍କର ଅନ୍ୟ ଦୁଇ ସହଯୋଗୀଙ୍କୁ ପୁଲିସ ଚିହ୍ନଟ କରିଛି । ସେମାନେ ଏବେ ଫେରାର୍‌ ଅଛନ୍ତି । ଦୁଇଜଣଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଥାନା ଅଧିକାରୀ ଦୀପକ ମିଶ୍ର ସୂଚନା ଦେଇଛନ୍ତି ।