ଚିକିଟି,୧୬।୭ :  ଗଞ୍ଜାମ ଜିଲା  କେ. ନୂଆଗାଁ ଥାନା ଅନ୍ତର୍ଗତ ଚିଲାଡ଼ି ଗ୍ରାମରେ ଅଘଟଣ।  ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ମାଉସୀ ଓ ପୁତୁରାର ଜୀବନ।  ମୃତକ ହେଲେ ମାଉସୀ ଖେଳାମଣି ବେହେରା ଓ ପୁତୁରା ସୁମନ ମହାରଣ। 

ସନ୍ଧ୍ୟାରେ ଖେଳାମଣିଙ୍କ ପଙ୍ଖା ସଜାଡ଼ିବା ବେଳେ ସୁମନ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ରକ୍ଷା କରିବାକୁ ଯାଇ ଖେଳାମଣି ବିଦ୍ୟୁତ୍ ତାରରେ ଲାଗି ଯାଇଥିଲେ। ସଂଗେ ସଂଗେ ସେମାନଙ୍କୁ ଉଦ୍ଧାର କରାଯାଇ ଚିକିଟି ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଗ୍ରାମରେ ‌ ଶୋକର ଛାୟା ଖେଳିଯାଇଛି।