ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ମାଉସୀ-ପୁତୁରା ଜୀବନ

Published By : Suraj Kumar | July 16, 2025 9:21 PM

ଚିକିଟି,୧୬।୭ :  ଗଞ୍ଜାମ ଜିଲା  କେ. ନୂଆଗାଁ ଥାନା ଅନ୍ତର୍ଗତ ଚିଲାଡ଼ି ଗ୍ରାମରେ ଅଘଟଣ।  ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ମାଉସୀ ଓ ପୁତୁରାର ଜୀବନ।  ମୃତକ ହେଲେ ମାଉସୀ ଖେଳାମଣି ବେହେରା ଓ ପୁତୁରା ସୁମନ ମହାରଣ। 

ସନ୍ଧ୍ୟାରେ ଖେଳାମଣିଙ୍କ ପଙ୍ଖା ସଜାଡ଼ିବା ବେଳେ ସୁମନ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ରକ୍ଷା କରିବାକୁ ଯାଇ ଖେଳାମଣି ବିଦ୍ୟୁତ୍ ତାରରେ ଲାଗି ଯାଇଥିଲେ। ସଂଗେ ସଂଗେ ସେମାନଙ୍କୁ ଉଦ୍ଧାର କରାଯାଇ ଚିକିଟି ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଗ୍ରାମରେ ‌ ଶୋକର ଛାୟା ଖେଳିଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.