ବଣାଇ,୨୯।୧୨ :  ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ୧୪୩ ନଂ ଜାତୀୟ ରାଜପଥର ଚାନ୍ଦିପୋଷ ନିକଟରେ ସ୍କର୍ପିଓ ଏବଂ ଏକ ହାଇଓ୍ବା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ  ସ୍କର୍ପିଓ ଡ୍ରାଇଭର ଆଦିତ୍ୟ ରାଉଳ, ବିପନ ସେଠୀ।

ଏକ ସ୍କର୍ପିଓରେ ବିପନ ସେଠି ପବିତ୍ର ସାହୁ, ଶେଖ ରାମଜାନ ରାଉରକେଲାରୁ ଖଣ୍ଡାଧାର ଯାଉଥିଲେ। ଚାନ୍ଦିପୋଷ ନିକଟରେ ସ୍କର୍ପିଓ ଏବଂ ଏକ ହାଇଓ୍ବା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ସ୍କର୍ପିଓ ଭିତରେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଥିଲେ। ଗୁରୁତର ତିନି ଜଣଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଥିବା  ବେଳେ ସେଠି ଜଣଙ୍କର ମୃତ୍ୟୁ ଘଟିଥିଲା।  ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଆରଜିଏଚରେ ଚିକିତ୍ସା ହେଉ ଥିବା ବେଳେ ଅନ୍ୟ ଜଣଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଚାନ୍ଦିପୋଷ ପୋଲିସ ପହଂଚି ତଦନ୍ତ କରୁଛି   ।