ଚମ୍ପୁଆ, ୧।୭ : ଚମ୍ପୁଆ ଥାନା ଅଧୀନ ୫୨୦ ନଂ ଜାତୀୟ ରାଜପଥ ତଡୁଆବାହାଳ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଟ୍ରକ ଧକ୍କାରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି । ମୃତକ ହେଲେ ଯୋଡ଼ା ଥାନା ବିଲେଇପଦା କାରଣସାହିର ନିରଞ୍ଜନ ମଲ୍ଲିକ ଓ ଦାମପୁର ଅଞ୍ଚଳର ଜଗନ୍ନାଥ (ସଚିନ) ମହାକୁଡ଼ ।
ଗୁରୁତର ଆହତ ଜଣକ କଣ୍ଡରା ଡାମ୍ପୁର ଅଞ୍ଚଳର ମୁନା ମହାକୁଡ଼ଙ୍କୁ ଉଦ୍ଧାର କରାଯାଇ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକଟି ଫେରାର ହୋଇଯାଇଛି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ଚମ୍ପୁଆ ପେlଲିସ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି।