ବୈପାରୀଗୁଡା,୧।୧ : ନବ ବର୍ଷ ଆରମ୍ଭରୁ ଅଘଟଣ l ଟ୍ରକ୍ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ୩୨୪ ନମ୍ୱର ଜାତୀୟ ରାଜପଥ ବୈପାରିଗୁଡା ଥାନା ଅନ୍ତର୍ଗତ ମହୁଲି ଗ୍ରାମ ନିକଟସ୍ଥ ଶିବ ମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି।
ବୁଧବାର ରାତିରେ (ଏପି ୦୭ ଟିଏଫ୍ ୩୪୩୪) ନମ୍ବର ବିଶିଷ୍ଟ ଟ୍ରକ୍ ବୈପାରିଗୁଡା ଦେଇ ଜୟପୁର ଅଭିମୁଖେ ଯାଉଥିଲା l ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଢ଼ରେ ଥିବା ନୀଳଗିରି ବାଡ଼ ଭିତରକୁ ପଶି ଯାଇଥିଲା l ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ବୈପାରିଗୁଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।