ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ହାଇୱା ଦୁର୍ଘଟଣାରେ ୨ ଡ୍ରାଇଭର ମୃତ, ପାରାଦୀପ ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ

Published By : Harapriya Sethi | May 4, 2025 8:17 AM

ଭୁବନେଶ୍ୱର, ୦୪/୦୫: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇଜଣ ହାଇୱା ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଏକ ଆଇରନ ବୋଝେଇ ଟ୍ରକ୍ ହାଇୱାକୁ ଧକ୍କା ଦେବାରୁ ଘଟିଛି ଏଭଳି ଘଟଣା । ମୃତ ଦୁଇ ଡ୍ରାଇଭର ହେଲେ ରତ୍ନାକର ସ୍ୱାଇଁ ଓ ଚନ୍ଦନ ଜେନା ।

ସୂଚନା ମୁତାବକ, ପାରାଦୀପ ବନ୍ଦରର i-10 ପ୍ଲଟ୍ ସମ୍ମୁଖରେ ଏକ ହାଇୱା ଗାଡ଼ି ଖରାପ ହୋଇଥିଲା । ତେଣୁ ଦୁଇଜଣ ଡ୍ରାଇଭର ମିଶି ହାଇୱା ଗାଡ଼ିର କ୍ୟାବିନ୍ ଭିତରେ ପଶି କାମ କରୁଥିଲେ। ଏହି ସମୟରେ ଏକ ଆଇରନ ବୋଝେଇ ଟ୍ରକ୍ ଦୃତ ଗତିରେ ଆସି ହାଇୱାକୁ ଧକ୍କା ଦେଇଥିଲା । ଫଳରେ କ୍ୟାବିନ୍ ଭିତରେ ହାଇୱା ଡ୍ରାଇଭର ଦୁଇ ଜଣ ଚାପି ହୋଇ ଯାଇଥିଲେ। ଏହା ଦେଖି ଅନ୍ୟ ଡ୍ରାଇଭର ମାନେ ତାଙ୍କୁ ସେଠାରୁ ବାହାର କରି ସଙ୍ଗେ ସଙ୍ଗେ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଧକ୍କା ଦେଇଥିବା ଆଇରନ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏହି ଘଟଣାକୁ ନେଇ ବନ୍ଦର ନିଷିଦ୍ଧାଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ଦର ଗେଟ୍‌ରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.