PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନନ୍ତନାଗ : ଜମ୍ମୁ-କଶ୍ମୀରର ଅନନ୍ତାଗରେ ପୁଲିସ୍ ଓ ସିଆରପିଏଫ ଯବାନଙ୍କ ମଳିତ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ, ଆହତ ପୋଲିସ କର୍ମୀ ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଏକ ଦଳ ମାଲେସିଆ ଗସ୍ତରେ ଯାଇଛନ୍ତି, ଏହି ଦଳ ଦୁଇଦେଶ ମଧ୍ୟରେ ଦ୍ବିପାକ୍ଷୀକ ଯୁଦ୍ଧାଭ୍ୟାସକୁ ନେଇ ଆୟୋଜିତ କାର୍ଯ୍ୟକ୍ରମ ‘ଉଦାରଶକ୍ତି’ରେ ଭାଗ ନେବେ
  • ||
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ବାଇକ ରଖି ରାସ୍ତାକଡରେ ଠିଆ ହୋଇଥିଲେ, ଗଛ ପଡ଼ି ୨ ଗୁରୁତର

ବଡବିଲ, ୩।୭  ବାଇକ ରଖି ରାସ୍ତାକଡରେ ୩ ଜଣ ଠିଆ ହୋଇଥିଲେ। ହଠାତ ନିକଟରେ ଥିବା ଏକ ଶାଳ ଗଛ ପଡିବାରୁ ଏଥିରେ ୨ ଜଣ ଯୁବକ ଗୁରୁତର ହୋଇଥିଲେ। ଅନ୍ୟ ଜଣେ ଯୁବକ ଅଳ୍ପକେ ବର୍ତ୍ତି ଯାଇଥିଲେ। କେନ୍ଦୁଝର, ଯୋଡ଼ା, ବିଚାକୁଣ୍ଡିରେ ଏହି ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି ।

ବିଚାକୁଣ୍ଡି ଅଞ୍ଚଳର ରାଜେନ୍ଦ୍ର ମୁଣ୍ଡା, ରାଜୁ ମୁଣ୍ଡା ଓ ଦୁର୍ଗା କଚ୍ଛପ ଏକ ବାଇକ୍ ଯୋଗେ ଯୋଡ଼ାରୁ ନିଜ ଘରକୁ ଫେରୁଥିଲେ । ଫେରିବା ସମୟରେ ବିଚାକୁଣ୍ଡି ମନ୍ଦିର ନିକଟ ରାସ୍ତାକଡ଼ରେ ବାଇକ୍ ରଖି କଥା ହେଉଥିଲେ। ପାଖରେ ଥିବା ଏକ ବିରାଟ ଶାଳ ଗଛ ହଠାତ୍ ସେମାନଙ୍କ ଉପରେ ପଡିଯାଇଥିଲା। ଯାହାଫଳରେ ରାଜେନ୍ଦ୍ର ମୁଣ୍ଡା ଅଳ୍ପକେ ବର୍ତ୍ତି ଯାଇଥିଲା ବେଳେ, ଅନ୍ୟ ଦୁଇଜଣ ରାଜୁ ମୁଣ୍ଡା ଓ ଦୁର୍ଗା କଚ୍ଛପ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣାରେ ବାଇକ୍ ମଧ୍ୟ ଭାଙ୍ଗିରୁଜି ଯାଇଛି । ଉଭୟ ଗୁରୁତରଙ୍କୁ ଉଦ୍ଧାର କରି ଯୋଡ଼ା ଟାଟା ଷ୍ଟିଲ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କର ଚିକିତ୍ସା କରାଯାଉଛି । ଉଭୟଙ୍କ ଗୋଡ ହାଡ଼ ଭାଙ୍ଗିଯାଇଥିବା ପ୍ରାଥମିକ ସୂଚନା ମିଳିଛି । ଏହି ଶାଳ ଗଛର ମୂଳ ପାଖ ପଚି ଯାଇଥିବା କାରଣରୁ ହଠାତ୍ ଗଛଟି ପଡ଼ିଯାଇ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।