ନୀଳଗିରି,୧୧/୯: କ୍ସନ ମୋଡ୍‌ରେ ବାଲେଶ୍ଵର ଜିଲ୍ଲା ନୀଳଗିରି କୁଳଡ଼ିହା ବନ ବିଭାଗ ଅଭୟାରଣ୍ୟ ସୀମାନ୍ତ ହାତୀଖୁଲିଆ ସେକ୍ସନ ଅଞ୍ଚଳରେ ଚାଲିଥିବା ୨ଟି ବେଆଇନ  କରତକଳରେ ଚଢ଼ାଉ କରି ୧୦ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ ମୂଲ୍ୟବାନ କାଠ ଜବତ କରିଛି ବନ ବିଭାଗ।

ସୂଚନା ମୁତାବକ, ବାଲେଶ୍ଵରରେ ନୂତନ କରି ଡିଏଫଓ ଯୋଗଦାନ କରିବା ପରେ ଜିଲ୍ଲାର ୫ଟି ରେଞ୍ଜର ଅଧିକାରୀ ଓ କର୍ମଚାରୀଙ୍କୁ ଡକାଇ କୌଣସି ବେଇଆନ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ତାଗିଦ କରିଥିଲେ ଏପରିକି ପ୍ରମେୟ ଓ ନ୍ୟୁଜ୍‌-୭ କୁ ସାକ୍ଷାତକାରରେ ଆଗାମୀ ଦିନରେ କିଭଳି ତାଙ୍କର କାର୍ଯ୍ୟପନ୍ଥା ରହିବ ସେ ବିଷୟରେ ପ୍ରତିକ୍ରିୟା ରଖିଥିଲେ ଏହାପରେ କୁଳଡିହା ରେଞ୍ଜର ଦାୟିତ୍ୱରେ ଥିବା ଏସିଏଫ ସୁବ୍ରତ ବେହେରା କ୍ସନ ମୋଡ୍କୁ ଆସିଛନ୍ତି ଗୁରୁବାର ଭୋର ସମୟରେ ହାତୀଖୁଲିଆ ସେକ୍ସନ ଅଧିନ ଦହିପୁର ଓ ଜଗନ୍ନାଥପୁର ଅଞ୍ଚଳରେ ଚାଲିଥିବା ବେଆଇନ କରତକଳ ଉପରେ ଅଚାନକ ଚଢ଼ାଉ କରିଥିଲେ । ଚଢାଉ କରି ୧୦ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ ହୋଇଥିବା ବେଳେ ମାଲିକ ଫେରାର ଅଛନ୍ତି ତେବେ ଯେଉଁ ଜାଗାରେ କରତକଳ ଚାଲୁଥିଲା ସେହି ଜାଗାର ମାଲିକଙ୍କ ନାମରେ ମାମଲା ରୁଜୁ କରାଯିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି।