ନୂଆଦିଲ୍ଲୀ : ମଧ୍ୟ ପ୍ରାଚ୍ୟରେ ଜାରି ଯୁଦ୍ଧ ମଧ୍ୟରେ ଦୁଇ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇ ଥିବା ବେଳେ ଜଣେ ବ୍ୟକ୍ତି ଏବେ ବି ନିଖୋଜ ଅଛନ୍ତି। ବୈଦେଶିକ ମନ୍ତ୍ରଣାଳୟ (ଏମଇଏ)ର ମୁଖପାତ୍ର ରଣଧୀର ଜୟସୱାଲ ବୁଧବାର ଏନେଇ ସ୍ପଷ୍ଟ କହିଛନ୍ତି ଯେ, କ୍ଷେତ୍ରରେ ରହିଥିବା ଭାରତୀୟ ପ୍ରବାସୀ ସଂପ୍ରଦାୟର ସୁରକ୍ଷା ଓ କଲ୍ୟାଣ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଜୟସୱାଲ କହିଛନ୍ତି ଯେ, ଗଲ୍ଫ ସହଯୋଗ ପରିଷଦ (ଜିସିସି)ର ଦେଶ ଗୁଡ଼ିକରେ ପାଖାପାଖି ଏକ କୋଟି ପ୍ରବାସୀ ଭାରତୀୟ ରୁହନ୍ତି। ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ଭାରତ ସରକାରଙ୍କ ପାଇଁ ଖୁବ୍ ପ୍ରମୁଖ।

ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ , ଏହି ହତାହତ ସେହି ସମୟରେ ହୋଇଛି ,ଯେବେ ଭାରତୀୟ ନାଗରିକ ବାଣିଜ୍ୟିକ ଜାହାଜ ଗୁଡ଼ିକ ଉପରେ ଥିଲେ, ଯାହାଙ୍କ ଉପରେ ସଂଘର୍ଷ ପ୍ରଭାବିତ ସାମୁଦ୍ରିକ କ୍ଷେତ୍ରରେ ଆକ୍ରମଣ ହୋଇଥିଲା। ମନ୍ତ୍ରଣାଳୟ ଏହା ମଧ୍ୟ କହିଥିଲା ଯେ, ଏହି ସଂଘର୍ଷ ବେଳେ ଉପସାଗରୀୟ କ୍ଷେତ୍ରରେ କିଛି ଭାରତୀୟ ଆହତ ମଧ୍ୟ ହୋଇଛନ୍ତି। ଏଥିରୁ ଜଣେ ବ୍ୟକ୍ତି ଇସ୍ରାଏଲରେ ଆହତ ହୋଇଛନ୍ତି ,ଦୁବାଇରେ ମଧ୍ୟ ଜମେ ଭାରତୀୟ ଆହତ ହେବାର ସୂଚନା ମିଳିଛି। ଜୟସୱାଲ କହିଛନ୍ତି ଯେ, ଏବେସୁଦ୍ଧା ଦୁଇ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବା ବେଳେ ଜଣେ ବ୍ୟକ୍ତି ଏବେବି ନିଖୋଜ ଅଛନ୍ତି। ଆମେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ବ୍ୟକ୍ତି କରୁଛି।

ଏହି ସମୟରେ ସେ କହିଛନ୍ତି ଯେ, ବୈଦେଶିକ ମନ୍ତ୍ରଣାଳୟ ଆହତ ଭାରତୀୟଙ୍କ ସଂପର୍କରେ ଅଛନ୍ତି ଏବଂ କ୍ଷେତ୍ରରେ ଥିବା ଭାରତୀୟ ଦୂତାବାସ ଓ ମିଶନ ଲଗାତାର ଭାରତୀୟ ସଂପ୍ରଦାୟ ସହ ସଂପର୍କ ଜାରି ରଖିଛି ତଥା ଆବଶ୍ୟକ ସହାୟତାର ସମନ୍ୱୟ କରୁଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ସ୍ଥିତିକୁ ଦେଖି ବୈଦେଶିକ ମନ୍ତ୍ରଣାଳୟ ନୂଆଦିଲ୍ଲୀରେ ୨୪ ଘଣ୍ଟା କରୁଥିବା ବିଶେଷ ନିୟନ୍ତ୍ର କକ୍ଷ ମଧ୍ୟ ସ୍ଥାପିତ କରାଯାଇଛି। ଏହି ନିୟନ୍ତ୍ରଣ କକ୍ଷ ଜରୁରୀକାଳୀନ କଲ୍ ଓ ଇମେଲ ପ୍ରାପ୍ତ କରି ପ୍ରଭାବିତ ଦେଶ ଗୁଡ଼ିକରେ ଭାରତୀୟ ଦୂତାବାସ ଓ ବାଣିଜ୍ୟିକ ଦୂତାବାସ ସହ ସମନ୍ୱୟ କରୁଛି।