ପ୍ରମୂଖ ଖବର
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଜଗା ଦର୍ଶନ ପାଇଁ ବାଇକରେ ପୁରୀ ଯାଉଥିଲେ, ଧକ୍କା ଦେଲା କାର : ୨ ଗୁରୁତର

Published By : Suraj Kumar | March 8, 2025 7:59 PM

ଖଲ୍ଲିକୋଟ ,୮।୩ : ଜଗା ଦର୍ଶନ ପାଇଁ  ବାଇକରେ ପୁରୀ ଯାଉଥିଲେ।  ଜାତୀୟ ରାଜପଥରେ ଘଟିଲା ଦୁର୍ଘଟଣା। ୨ ଜଣ ଗୁରୁତର ଭାବେ ଆହତ ହୋଇ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଚିକିତ୍ସା ହେବା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଏଭଳି ଦୁର୍ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଟୋଲ ପ୍ଳାଜା ପାଖରେ ଥିବା ଗୁରାପଲ୍ଲୀ ଛକରେ।  ଗୁରୁତରମାନେ ହେଲେ ସୋରଡ଼ା ଥାନା  ଅଧୀନ ବୁଗୁଡ଼ା ଗ୍ରାମର ରବୀନ୍ଦ୍ର ବେହେରା ଓ କୋଦଳା ଥାନା ବିଲିପଡ଼ା ଗ୍ରାମର ରଞ୍ଜିତା ବେହେରା ।

ରବୀନ୍ଦ୍ର ବେହେରା ଓ ରଞ୍ଜିତା ବେହେରା କୋଦଳାରୁ ଏକ ବାଇକ ଯୋଗେ ଜଗା ଦର୍ଶନ କରିବାକୁ ପୁରୀ ଯାଉଥିଲେ।  ଗୁରାପଲ୍ଲୀ ଗ୍ରାମରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରୁ ହେଲମେଟ ଆଣିବା ପାଇଁ ଯିବା ବେଳେ ଏକ କାର ଦ୍ରୁତ ଗତିରେ ଆସି ବାଇକକୁ  ଧକ୍କା ଦେଇଥିଲା। ଫଳରେ ରବୀନ୍ଦ୍ର ଓ ରଞ୍ଜିତା ତଳେ ପଡି ଗୁରୁତର ଆହତ ହୋଇଥିଲେ । ତୁରନ୍ତ ଦୁହିଁଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଏନଏଚଏଆଇ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଖଲ୍ଲିକୋଟ ମେଡ଼ିକାଲ କୁ ପଠାଇଥିଲେ । ଏଠାରେ ଦୁହିଁଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ।  ଖବର ପାଇ ସ୍ଥାନୀୟ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି କାର ଓ ବାଇକ କୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.