କୋଣାର୍କ,୧୬।୭(ଆପ୍ର) ; ଗୋପ ବ୍ଲକ ଅନ୍ତର୍ଗତ ଅଣ୍ଡରା-ଇଛାପୁର ପଞ୍ଚାୟତରେ ପାଗଳ ମାଙ୍କଡ ଆତଙ୍କ ଖେଳାଇଛି। ମାଙ୍କଡ କାମୁଡାରେ ୨ଜଣ ଗୁରୁତର ଭାବେ ଆହତ ହୋଇ ପୁରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ପଞ୍ଚାୟତର ପୋଇତରା ଗ୍ରାମର ଇଶ୍ଵର ନାୟକ(୭୬) ଓ  ଦିନକୃଷ୍ଣ ମଲ୍ଲିକ (୫୫) ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ  ଚିକିତ୍ସା ନିମନ୍ତେ ପୁରୀ ହସ୍ପିଟାଲ ପଠାଯାଇଥିଲା। ବନବିଭାଗ ପାଗଳ ମାଙ୍କଡକୁ ଧରିବା ପାଇଁ ଗ୍ରାମବାସୀମାନଙ୍କ ପକ୍ଷରୁ ଦାବି ହୋଇଛି।