କଟକରେ ସେକ୍ସ ରାକେଟ ଠାବ

କଟକ,୨୪।୧ ବାଦାମବାଡ଼ି ଥାନା ଅଂଚଳରେ ଚାଲିଥିବା ଏକ ସେକ୍ସ ରାକେଟ ପର୍ଦ୍ଦାଫାଶ କରିଛି ସ୍ଥାନୀୟ ପୋଲିସ। ଏକ ଘରୁ ୪ ଦେହଜୀବୀ ସହିତ ୨ ଗ୍ରାହକ ଙ୍କୁ ପୋଲିସ ଧରିଛି। ରାକେଟର ମାଷ୍ଟର ମାଇଣ୍ଡ ତଥା ରାଣୀ ମହୁମାଛି ମଧ୍ୟ ପୋଲିସ ହାତରେ ଧରାପଡ଼ିଛି। ଲିଙ୍କରୋଡ ନିକଟ ପୁରୁଣା ନିଶାମଣି ସିନେମା ହଲ ଓ ଶ୍ରମିକ ଭବନ ପଛପଟେ ଏଭଳି ଏକ ରାକେଟ ଚାଲିଥିବା ନେଇ ବାଦାମବାଡ଼ି ପୋଲିସ ସୂଚନା ପାଇ ସେଠାରେ ଅଚାନକ ଚଢାଉ କରିଥିଲେ। ଜୋନ ଏସିପି ଓ ଥାନା ଅଧିକାରି ଙ୍କ ଉପସ୍ଥିତି ରେ ହୋଇଥିବା ଏହି ଚଢ଼ାଉରେ ଦେହଜୀବୀ ଓ ଗ୍ରାହକ ଉକ୍ତ ଘରୁ ମିଳିଥିଲେ। ସେଠାରୁ କିଛି ଆପତ୍ତି ଜଣକ ଜିନିଷ ମଧ୍ୟ ପୋଲିସ ଜବତ କରିଛି।