PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

୨ ଲକ୍ଷ ଟଙ୍କାର କେନ୍ଦୁ କାଠ ଜବତ, କାଠମାଫିଆ ସମେତ ଗାଡ଼ି ଚାଳକ ଫେରାର

ଢେଙ୍କାନାଳ,୩୧/୩: କାମାକ୍ଷନଗର ପଶ୍ଚିମାଞ୍ଚଳ ରେଞ୍ଜ ବନବିଭାଗର ପକ୍ଷରୁ ଗୋଟିଏ ମିନି ଟ୍ରକ୍ ଅଟକ ରଖାଯାଇଛି । ଏହି ଟ୍ରକରୁ ପ୍ରାୟ ଲକ୍ଷାଧିକ ଟଙ୍କାର କେନ୍ଦୁ କାଠ ଜବତ କରାଯାଇଛି l ଜବତ କାଠର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ l ସୂଚନା ମୁତାବକ, ମହୁଲି ଗ୍ରାମ୍ୟ ଜଙ୍ଗଲରେ କେନ୍ଦୁ କାଠ ବୋଝେଇ ହେଉଥିବା ସମୟରେ ବନବିଭାଗ ବିଶେଷ ସୁତ୍ରରୁ ଖବର ପାଇ ମାଡ଼ିବସିଥିଲା । କାଠମାଫିଆ ଓ ଗାଡ଼ି ଚାଳକ ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିବାବେଳେ ଗାଡ଼ି ସହ କାଠ ଜବତ କରିଛି ବନ ବିଭାଗ l ସେଥିରେ ପ୍ରାୟ ୨ ଲକ୍ଷ ଟଙ୍କାର କେନ୍ଦୁ କାଠ, ୪ଟି କାଠ ଗଣ୍ଡି ଥିଲା l ଦୀର୍ଘ ଦିନ ହେବ କେନ୍ଦୁ କାଠ ଏହି ରାସ୍ତା ଦେଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋର ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା l ବିଶେଷ ସୂତ୍ରରୁ ଖବର ପାଇ ଗତ ବିଳମ୍ବିତ ରାତିରେ ଗାଡ଼ିରେ କାଠ ଲୋଡ୍ ସମୟରେ ବନବିଭାଗ ଧରିବାରେ ସକ୍ଷମ ହୋଇଛି l ଗାଡ଼ି ଓ କାଠ ଗୁଡ଼ିକୁ ଜବତ କରି କାମାକ୍ଷାନାଗାର ପଶ୍ଚିମାଞ୍ଚଳ ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଛି  l