PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆରୋନ୍‌ ଫିଞ୍ଚ, ଏବେ ବି ତାଙ୍କ ବିଶ୍ବ ରେକର୍ଡ ରହିଛି ଅତୁଟ
  • ||
  • ବିବାହ ବନ୍ଧନରେ ବାନ୍ଧିହେଲେ ସିଦ୍ଧାର୍ଥ ଓ କିଆରା, ସୂର୍ଯ୍ୟଗଡ ପ୍ୟାଲେସ୍‌ରେ ହେଲା ବାହାଘର
  • ||
  • କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ କାମରାନ ଆକମଲ, ୨୦୧୭ ପରଠୁ ମିଳୁନଥିଲା ସୁଯୋଗ
  • ||
  • ତୁର୍କୀରେ ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି, ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୫ ହଜାର ପାର୍
  • ||
  • କଟକ: କଟକରେ ଜିଏସ୍‌ଟି ରେଡ୍, ଲିଙ୍ଗରୋଡ୍‌ରେ ଥିବା ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍‌ଟି ଚଢ଼ଉ ଜାରି
  • ||
  • ଭୁବନେଶ୍ୱର: ପ୍ରକାଶ ପାଇଲା JEE(ମେନ୍) ରେଜଲ୍ଟ, ଆଫିସିଆଲ ୱେବସାଇଟ୍‌ରେ ଜାଣିପାରିବେ ଫଳ
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକ ଲାଗି, ଦର୍ଶନ କଟକଣା
  • ||
  • ଭୁବନେଶ୍ୱର: ଦେଖୁଦେଖୁ ଜଳିଗଲା ଏଟିଏମ୍, କାରଣ ଅସ୍ପଷ୍ଟ
  • ||
  • ଜଗତସିଂହପୁର : ତିର୍ତ୍ତୋଲ୍‌ ବିଧାୟକଙ୍କ ପ୍ରେମ-ପ୍ରତାରଣା ମାମଲା: ୭ ଘଣ୍ଟା ଧରି ସୋମାଲିକାଙ୍କ ବୟାନ ରେକର୍ଡ, ବିଜୟ ଶଙ୍କର ନିରବ…
  • ||
  • ଭୁବନେଶ୍ୱର : ଅଧିକ ଚିକିତ୍ସା ଲାଗି ଆଜି ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ, କରାଯିବ ଲିଭର ଟ୍ରାନ୍ସପ୍ଲାଣ୍ଟ
  • ||
  • ଭୁବନେଶ୍ୱର : ଆରମ୍ଭ ହେଲା ଭାଲେଣ୍ଟାଇନ୍‌ ସପ୍ତାହ, ଗୋଲାପ ମହକରୁ ଆରମ୍ଭ ହେବ ପ୍ରେମ
  • ||
  • ଭୁବନେଶ୍ୱର : ରାଜ୍ୟରେ କଲବଲ କରିବ ଖରା, ରାତି ତାପମାତ୍ରା ଆହୁରି ବଢ଼ିବ: ଉପକୂଳରେ ୩ଡିଗ୍ରୀ ବଢ଼ିବ
  • ||

ନୂଆପଡ଼ା ଡିଭିଜନର ୨ ମାଓବାଦୀ ଗିରଫ, କମ୍ଵିଂ ଅପରେସନ ବେଳେ ଧରାପଡ଼ିଲେ

ନବରଙ୍ଗପୁର, ୨୪/୦୧ : ନବରଙ୍ଗପୁର ପୋଲିସକୁ ବଡ଼ ସଫଳତା । ମେନପୁର ନୂଆପଡ଼ା ଡିଭିଜନର  ଦୁଇ ହାର୍ଡକୋର ମାଓବାଦୀ ଗିରଫ। ୨ ମାଓବାଦୀ ହେଲେ ପୂଜା ମାଣ୍ଡଭି ଓ ମିଲିସିଆ ହେଉଛନ୍ତି ସୁମୁଦ୍ର ବାଘ। ଦୁଇ ଜଣଙ୍କ ମଧ୍ୟରୁ ଜଣେ ମହିଳା ମିଲିସିୟା ବୋଲି ଜଣାପଡ଼ିଛି। ଏନେଇ ପ୍ରେସ୍‌ମିଟରେ ଡିଆଇଜି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ରାଇଘର ଥାନା ହାତୀଗାଁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ସିଆରପିଏଫ ଏସଓଜି ଓ ଡିଭିଏଫର ମିଳିତ କମ୍ଵିଂ ଅପରେସନ ବେଳେ ୨ ମାଓବାଦୀ ଧରାପଡ଼ିଛନ୍ତି। ନୂଆପଡ଼ା ଡିଭିଜନର ଦୁଇ ମାଓବାଦୀ ପୂଜା ମାଣ୍ଡଭି ଓ ମିଲିସିଆ ସୁମୁଦ୍ର ବାଘଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ହାର୍ଡକୋର ମାଓବାଦୀ ହୋଇଥିବା ବେଳେ ଅନ୍ୟଜଣେ ମିଲିସିଆ ଯିଏ କ୍ୱାକ ଭାବେ କାର୍ଯ୍ୟରତ ଥିଲେ। ଉଭୟଙ୍କ ନାଁରେ ରାଇଘର ଥାନାରେ ମାମଲା ରୁଜୁ ହୋଇଛି।

ଛତିଶଗଡ଼ ସୁକୁମା ଜିଲ୍ଲାରେ ପୂଜା ମାଣ୍ଡଭିଙ୍କ ଘର ହୋଇଥିବା ବେଳେ ଓଡ଼ିଶାର ନୂଆପଡା ଜିଲ୍ଲାରେ ସୁମୁଦ୍ର ବାଘଙ୍କ ଘର। ପୂଜା ମାଣ୍ଡଭି ୨୦୧୦ ମସିହାରୁ ମାଓବାଦୀ ସଙ୍ଗଠନରେ କାର୍ଯ୍ୟରତ ଥିବା ବେଳେ ସୁମୁଦ୍ର ବାଘ ୨୦୧୭ରୁ ସକ୍ରିୟ ଅଛନ୍ତି । ନୂଆପଡା ଅଞ୍ଚଳରେ ହୋଇଥିବା ବିଭିନ୍ନ ଫାଇରିଂ ଘଟଣାରେ ଜଡିତ ଥିବା ସହ ନବରଙ୍ଗପୁର ଜିଲ୍ଲାରେ ପୋଷ୍ଟର ମରା କାମରେ ଜଡିତ ଥିବା ପ୍ରେସ୍‌ମିଟରେ ସୂଚନା ଦେଇଛନ୍ତି ଡିଆଇଜି । ଏଥିସହ ମିଲିସିଆ ସୁମୁଦ୍ର ବାଘ ମଧ୍ୟ ପୋଷ୍ଟରିଂ ଓ କ୍ୱାକ ଭାବେ କାର୍ଯ୍ୟରତ ଥିଲେ । ପୂଜା ମାଣ୍ଡଭିଙ୍କ ଦେହ ଅସୁସ୍ଥ ଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଯାଉଥିବା ବେଳେ କମ୍ବିଂ ଅପରେସନରେ ଧରା ପଡିଥିବା ନେଇ ଡିଆଇଜି କହିଛନ୍ତି । ପୂଜା ମାଣ୍ଡଭି ଛତିଶଗଡ଼ ଅଞ୍ଚଳରେ ହୋଇଥିବା ବେଳେ ସେ କେଉଁ ସବୁ ଘଟଣାରେ ଜଡିତ ଅଛନ୍ତି ସେନେଇ ଅଧିକ ତଦନ୍ତ ପରେ ସୂଚନା ମିଳିବ ବୋଲି ସୂଚନା ଦେଇଛନ୍ତି ଡିଆଇଜି।