ସମ୍ବଲପୁର,୨୬/୭ : ବୁର୍ଲା ଭୀମସାରର ଦୁଇ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ପାଣିରେ ବୁଡି ମୃତ l ଆଜି ଦିନ ପ୍ରାୟ ୨ଟା ସମୟରେ ଭୀମସାରର କିଛି ଛାତ୍ରଛାତ୍ରୀ ଯୁଯୁମୁରା ଦେବଝରଣ ଜଳ ପ୍ରପାତକୁ ବୁଲିବାକୁ ଯାଇଥିଲେ l ସେଠାରେ ଗାଧୋଇବାବେଳେ ଜଳ ପ୍ରପାତର ଗଭୀର ଗାତକୁ ଚାଲି ଯାଇଥିଲେ l ଫଳରେ ଦୁଇ ଜଣ ଛାତ୍ରଛାତ୍ରୀ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ l
ତୁରନ୍ତ ସ୍ଥାନୀୟ ଲୋକେ ଖୋଜାଖୋଜି କରିଥିଲେ l ହେଲେ କିଛି ପତ୍ତା ନ ମିଳିବାରୁ ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ l ଅଗ୍ନିଶମ ବିଭାଗର କର୍ମଚାରୀ ଉଭୟ ଛାତ୍ରଛାତ୍ରୀଙ୍କୁ ପାଣିରୁ ଉଦ୍ଧାର କରିଥିଲେ l ଉଭୟଙ୍କୁ ତୁରନ୍ତ ନିକଟସ୍ଥ ମେଡ଼ିକାଲକୁ ନିଆଯାଇଥିଲା । ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ l ମୃତ ଛାତ୍ର ଜଣକ ହେଲେ ସନ୍ଦୀପ ପୁରୀ ଓ ଛାତ୍ରୀ ଜଣକ ହେଲେ ମୋନିକା ମୀନା ।