ଅନୁଗୋଳ ୧୮।୫: ଅନୁଗୋଳ ମେଡିକାଲରେ ନିଆଁ । ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ଧୂଆଁ ବାହାରିବା ପରେ ରୋଗୀ ଛାନିଆ । ହସ୍ପିଟାଲରେ ଧୂଆଁ ଦେଖି ରୋଗୀ ଏବଂ ସମ୍ପର୍କୀୟ ମାନେ ଧାଁ ଦୌଡ଼ କରିବାକୁ ଲାଗିଥିଲେ ।
ମେଡିକାଲର ପ୍ରଥମ ମହଲାରେ ଥିବା ଲେବର ରୁମ୍ରେ ଲାଗିଥିବା ଏସିରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା। ନିଆଁ ଲାଗି ଧୂଆଁ ବାହାରିବା ପରେ ରୋଗୀଙ୍କ ମଧ୍ୟରେ ଛନକା ପଶିଥିଲା । ଭୟଭୀତ ହୋଇ ରୋଗୀ ମାନେ ଦୌଡ଼ିବାକୁ ଲାଗିଥିଲେ । କିନ୍ତୁ ସଂଗେ ସଂଗେ ଉପସ୍ଥିତ ଥିବା ଲୋକ ନିଆଁ ଲିଭାଇ ଦେଇଥିଲେ। ତେବେ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ।
ଆହୁରି ପଢନ୍ତୁ : ଇ-ବସ୍ ସେବା କେମିତି ସଫଳ ହେବ ? ଚାର୍ଜିଂ ଷ୍ଟେସନ ନାହିଁ