ପାଲଲହଡା, ୧୭।୫ : ମୃତ୍ୟୁ ଏମିତି ବି ଆସେ। ସାଙ୍ଗମାନଙ୍କ ସହ କ୍ରିକେଟ ଖେଳୁଥିଲେ। ସେହି ଖେଳ ପଡିଆରେ ଚାଲିଗଲା ଯୁବକଙ୍କ ଜୀବନ। ସବୁ ଦିନ ପାଇଁ ସାଙ୍ଗମାନଙ୍କ ଛାଡି ଚାଲିଯାଇଥିଲେ। ଏଭଳି ଦୁଃଖଦ ଘଟଣା ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ବଡସଡ଼ା ଗ୍ରାମରେ ଘଟିଛି। ମୃତ ଯୁବକ ଜଣକ ହେଲେ ସବୁଜ ବଳ ପ୍ରଧାନ (୨୩)।

ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ବଡସଡ଼ା ଗ୍ରାମର ସବୁଜବଳ ପ୍ରଧାନ ସାଙ୍ଗାମାନଙ୍କ ସହ କ୍ରିକେଟ ଖେଳୁଥିଲେ। ହଠାତ ଖେଳ ପଡିଆରେ ଟଳି ପଡିଥିଲେ। ସବୁଜଙ୍କ ସହ ଖେଳୁଥିବା ସାଙ୍ଗମାନେ ସାଙ୍ଗେ ସାଙ୍ଗେ ଡାକ୍ତରଖାନାରେ ଆଣିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସବୁଜ ପୋଷ୍ଟାଲ ବିଭାଗରେ କାର୍ଯ୍ୟ କରୁଥିଲେ। ଏଭଳି ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ଅଂଶୁଘାତରେ ସବୁଜଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ଆହୁରି ପଢନ୍ତୁ : ବହୁ ଚର୍ଚ୍ଚିତ ହାଡପା ନିଖିଲ ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ସମେତ ୯ ଗିରଫ