କୁଚିଣ୍ଡା, ୩୧।୩ : ନବନିର୍ମିତ ସେଫ୍ଟି ଟାଙ୍କି ସେଣ୍ଟିଂ ଖୋଲିବା ବେଳେ ଅଘଟଣ । ଶ୍ଵାସ ରୁଦ୍ଧ ହୋଇ ଚାଲିଗଲା ୨ ଜୀବନ । ଏଥିସହ ୨ ଜଣ ଆହତ ହୋଇଛନ୍ତି। ମହୁଲପାଲି ଥାନା କେଶାଇବାହାଲ ଠାରେ ଘଟିଛି ଅଘଟଣ। ମୃତକ ହେଲେ କେଶାଇବାହାଲର ସୁଶୀଲ ନାଏକ ଓ ଭିକାରୀ ଚରଣ ବେହେରା।

ଏକ ନବନିର୍ମିତ ସେପ୍ଟି ଟାଙ୍କି ସେଣ୍ଟିଂ ୪ ଜଣ ଖୋଲୁଥିଲେ। ପ୍ରଥମେ ସୁଶୀଳ ନାଏକ ସେଣ୍ଟିଂ ଖୋଲିବା ପାଇଁ ଟାଙ୍କି ଭିତରକୁ ପଶିଥିଲା। ପରେ ମିଲିକ ହେମନ୍ତ ବେହାରା ଟାଙ୍କି ଭିତରକୁ ପ୍ରବେଶ କରିଥିଲେ। ସେମାନେ ନ ଆସିବାରୁ ଏମାନଙ୍କୁ ଉଦ୍ଧାର ପାଇଁ ଭିକାରୀ ବେହେରା ଓ ଆନନ୍ଦ ମାଝୀ ଟାଙ୍କି ଭିତରକୁ ପ୍ରବେଶ କରିଥିଲେ। କେହି ନ ବାହାରିବାକୁ ଜେସିବି ସାହାଯ୍ୟରେ ଟାଙ୍କି ଫଟାଇ ସମସ୍ତଙ୍କୁ ବାହାର କରାଯାଇଥିଲା। ଶ୍ବାସରୁଦ୍ଧ ହୋଇ ସୁଶୀଲ ଓ ଭିକାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଭିକାରୀ ଓ ଆନନ୍ଦ ଗୁରୁତର ହୋଇଥିଲେ। ଆହାତଙ୍କୁ ଦମକଳବାହିନୀ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଘଟଣା ସ୍ଥଳରେ ମହୁଲପାଲି ପୋଲିସ ତଦନ୍ତ ଜାରି ରଖିଛନ୍ତି ।