ଚିକିଟି,୨୬/୧୦: ହୋଟେଲରେ ଜଳଖିଆ ତିଆରି କରିବା ପାଇଁ ଗ୍ୟାସ୍‌ ଚୁଲାରେ ନିଆଁ ଲଗାଇବା ବେଳେ ଫାଟିଲା ଟାଙ୍କି । ଫଳରେ ହୋଟେଲ ମାଲିକ ଗଙ୍ଗା ବାଡାତ୍ୟl (୫୦ବର୍ଷ) ଓ ଅନ୍ୟ ଜଣେ ବ୍ୟକ୍ତି ରାଜେନ୍ଦ୍ର ବେହେରା ଗୁରୁତର ହୋଇଛନ୍ତି ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଚିକିଟିପେଣ୍ଠ ବସଷ୍ଟାଣ୍ଡ ସାମନାରେ ଥିବା ଏକ ହୋଟେଲରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଚିକିଟିପେଣ୍ଠ ବସଷ୍ଟାଣ୍ଡ ସାମନାରେ ଥିବା ଏକ ହୋଟେଲରେ ରବିବାର ସକାଳୁ ଜଳଖିଆ ପ୍ରସ୍ତୁତ ପାଇଁ ଗ୍ୟାସ୍ ଚୁଲାରେ  ନିଆଁ ଲଗାଇବା ବେଳେ ଟାଙ୍କିଟି ଫାଟିଯାଇଥିଲା l ଫଳରେ ହୋଟେଲ ମାଲିକ ଗଙ୍ଗା ବାଡାତ୍ୟl ଓ ଅନ୍ୟ ଜଣେ ବ୍ୟକ୍ତି ରାଜେନ୍ଦ୍ର ବେହେରା ଗୁରୁତର ହୋଇଛନ୍ତି l ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି l