ପ୍ରମୂଖ ଖବର
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||
  • ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଅନାସ୍ଥା ଭୋଟରେ ହାରିଲେ ୨ ସରପଞ୍ଚ

Published By : Suraj Kumar | July 30, 2025 4:06 PM

ଢେଙ୍କାନାଳ,୩୦/୭: ଅନାସ୍ଥା ଭୋଟ୍‌ରେ ହାରି ପଦ ହରାଇଲେ ଢେଙ୍କାନାଳ ସଦର ବ୍ଳକର ୨ ସରପଞ୍ଚ । ନାଗିଆପଶି ସରପଞ୍ଚ କୃଷ୍ଣଚନ୍ଦ୍ର ବେହେରା ଓ ମାଣିପୁର ସରପଞ୍ଚ ରୁଦ୍ରନାରାୟଣ ପଟ୍ଟନାୟକଙ୍କୁ ପଦ ହରାଇବାକୁ ପଡିଛି । ୩ ମାସ ପୂର୍ବରୁ ଭୋଟ୍ ଗ୍ରହଣ ହୋଇଥିବା ବେଳେ ବୁଧବାର ସଦର ତହସିଲ କାର୍ଯ୍ୟାଳୟଠାରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇଛି। ଦୁଇ ସରପଞ୍ଚ କେବଳ ନିଜକୁ ନିଜେ ଭୋଟ୍ ଦେଇଥିବା ବେଳେ ଅନ୍ୟସମସ୍ତ ଭୋଟ ଅନାସ୍ଥା ସପକ୍ଷରେ ଯାଇଛି।

ଏପ୍ରିଲ ୯ ତାରିଖରେ ନାଗିଆପଶି ଓ ମେ ୧୫ ତାରିଖରେ ମଣିପୁର ସରପଞ୍ଚଙ୍କ ବିରୋଧରେ ଆସିଥିବା ଅନାସ୍ଥା ଉପରେ ଭୋଟ୍ ଗ୍ରହଣ ହୋଇଥିଲା । ଉଭୟ ପଞ୍ଚାୟତରେ ୮ ଜଣ ୱାର୍ଡ ମେମ୍ବର ଓ ସରପଞ୍ଚଙ୍କୁ ମିଶାଇ ୯ ଜଣ ଭୋଟ୍ ଦେଇଥିଲେ । କୋର୍ଟରେ ମାମଲା ଯୋଗୁଁ ଭୋଟ୍ ଗଣତି ହୋଇନଥିଲା । ଜିଲ୍ଲା ଟ୍ରେଜେରୀରେ ଭୋଟ୍ ବାକ୍ସ ରହିଥିଲା । ବୁଧବାର କଡାସୁରକ୍ଷା ମଧ୍ୟରେ ତହସିଲ କାର୍ଯ୍ୟାଳୟରେ ଉଭୟ ପକ୍ଷର ଉପସ୍ଥିତିରେ ଗଣତି ହୋଇଥିଲା । ତହସିଲଦାର ସ୍ଵାଧୀନ ବେହେରା ଫଳାଫଳ ଘୋଷଣା କରିଥିଲେ। ଉଭୟ ପଞ୍ଚାୟତରେ ୯ ଭୋଟ୍‌ରୁ ୮ ଭୋଟ୍ ଅନାସ୍ଥା ସପକ୍ଷରେ ଓ ଗୋଟିଏ ଭୋଟ୍ ଅନାସ୍ଥା ବିପକ୍ଷରେ ପଡିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.