ଫିରିଙ୍ଗିଆ,୨୮/୫: ବାଇକ ଦୁର୍ଘଟଣାରେ ୨ ଜଣ ଯୁବକ ଗୁରୁତର ହୋଇଥିବା ବେଳେ ଘଟଣାସ୍ଥଳରେ ସାଡୀଙ୍ଗିଆ ବିଏସଏଫ ଯବାନ ପହଞ୍ଚି ଗୁରୁତର ଯୁବକଙ୍କୁ ସହାୟତା ପ୍ରଦାନ କରିଥିଲେ। ଏହା ସହ ୨ ଆହତ ଯୁବକଙ୍କୁ ନିଜ ଗାଡି ସହାୟତାରେ ଆଣି ଫିରିଙ୍ଗିଆ ମେଡିକାଲରେ ଭର୍ତି କରିଥିବା ଜଣା ପଡିଛି l
ସୂଚନା ଅନୁସାରେ ଆଜି ସନ୍ଧ୍ୟା ୬ ଟାରେ ୨ ଜଣ ଯୁବକ ବାଲନ୍ଦାପଡ଼ା ପଞ୍ଚାୟତ କେନ୍ଦୁଗୁଡା ଗାଁରୁ ସାଡୀଙ୍ଗିଆ ପଞ୍ଚାୟତ କଟାପଙ୍ଗା ଗାଁକୁ ଏକ ଭୋଜିକୁ ଆସିଥିଲେ। ଭୋଜି ସରିବା ପରେ ନିଜ ଗାଁ କୁ ଫେରିବା ବେଳେ ସାଡୀଙ୍ଗିଆ ବିଏସଏଫ କ୍ୟାମ୍ପ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟିଥିଲା। ବାଇକ ଦୁର୍ଘଟଣାରେ ୨ ଜଣ ଯୁବକ ଗୁରୁତର ହୋଇ ପଡ଼ି ରହିଥଲେ କିଛି ଲୋକେ ରାସ୍ତାରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଦେଖି ବିଏସଏଫ କ୍ୟାମ୍ପକୁ ଜାଇ ସହାୟତା ମାଗିଥିଲେl ତୁରନ୍ତ ବିଏସଏଫ କ୍ୟାମ୍ପ ର ଯବାନ ଘଟଣା ସ୍ଥଳରେ ପହଞ୍ଚି ୨ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଫିରିଙ୍ଗିଆ ମେଡିକାଲରେ ଭର୍ତି କରିଥିବା ଦେଖିବାକୁ ମିଳିଛି l
ଅନ୍ୟପଟେ ଗୁରୁତର ଯୁବକଙ୍କ ମଧ୍ୟରେ ୨ ଜଣ ବାଲାନ୍ଦାପଡ଼ା ପଞ୍ଚାୟତ କେନ୍ଦୁଗୁଡା ଗାଁର ବାସଙ୍ଗ ଦିଗାଲ ଓ ଅନ୍ୟ ଜଣେ ଶୁଭଙ୍କର ଦିଗାଲ ବୋଲି ଜଣା ପଡିଛି l ତେବେ ଯବାନଙ୍କ ଏଭଳି ସହାୟତାକୁ ଅଞ୍ଚଳରେ ପ୍ରଶଂସା କରାଯାଇଥିବା ବେଳେ ଗୁରୁତର ୨ ଜଣକୁ ଫିରିଙ୍ଗିଆ ମେଡିକାଲରେ ଚିକିତ୍ସା କରାଯାଉଛି l