PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

୧୫ ଡିଗ୍ରୀ ତଳେ ୨୦ ସହର,  ୪ରେ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର,୩୦/୧୧ : ରାଜ୍ୟର ୨୦ସହର ୧୫ଡିଗ୍ରୀ ତଳେ ରହିଛି । ସିମିଳିଗୁଡାରେ ୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୪ ତାରିଖରେ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଣିକି ରାତି ତାପମାତ୍ରା ବଢ଼ିବ ବୋଲି ଆକଳନ ହୋଇଛି ।

ମଙ୍ଗଳବାର ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ, ଫୁଲବାଣୀରେ ୯.୫, ଦାରିଙ୍ଗିବାଡ଼ି ୯.୫, କିରେଇ ୧୦, ନବରଙ୍ଗପୁର ୧୦, କୋରାପୁଟ ୧୦.୨, ରାଣୀତାଳ ୧୧, ଭବାନୀପାଟଣା ୧୧.୨, ସୁନ୍ଦରଗଡ ୧୨.୨, ବଲାଙ୍ଗୀରରେ ୧୨.୫, ଝାରସୁଗୁଡ଼ା ୧୨.୬, ବରଗଡ ୧୩.୨, ସୋନପୁର ୧୩.୫, କେନ୍ଦୁଝର ୧୩.୬, ହୀରାକୁଦ ୧୩.୬, ଦେବଗଡ଼ ୧୩.୭, ଅନୁଗୁଳ ୧୪, ମାଲକାନଗିରି ୧୪.୫, ଟିଟିଲାଗଡ଼ ୧୪.୫, ସମ୍ବଲପୁର ୧୪.୫, କେନ୍ଦ୍ରାପଡ଼ା ୧୪.୬ ଏବଂ ଢେଙ୍କାନାଳରେ ୧୪.୯ ଡିଗ୍ରୀ ରେକର୍ଡ ହୋଇଛି ।

ବୁଧବାର କନ୍ଧମାଳ, ବଲାଙ୍ଗୀର ଓ ଗଜପତିରେ  କୁହୁଡ଼ି ହେବ । ଗୁରୁବାର ମଧ୍ୟ ଏହି ସବୁ ଜିଲ୍ଲା ସମେତ ଅନୁଗୁଳରେ କୁହୁଡ଼ି ଅନୁଭୂତ ହେବ ବୋଲି ବିଭାଗ ପୂର୍ବାନୁମାନ କରିଛି ।

ସମ୍ବନ୍ଧିତ ଖବର